‘ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ’

ନ୍ୟୁୟର୍କ,୨୨ା୧୨: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଧନୀ ଭାବରେ ଜଣାଶୁଣା ବିଲ୍‌ ଗେଟ୍‌ସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ। ବିଶ୍ୱବାସୀ ଏବେଠୁ ସତର୍କ ହେବା ଜରୁରୀ ବୋଲି ସେ କହିଛନ୍ତି।

ଟୁଇଟ୍‌ କରି ସେ କହିଛନ୍ତି, ତାଙ୍କର ଅନେକ ବନ୍ଧୁ ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେଣୁ ତାଙ୍କୁ ବି ସାବଧାନ ହେବାକୁ ପଡ଼ିବ। ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ରଖି ସେ ମାସ୍କ ପିନ୍ଧିବା, ଟିକା ନେବା ଓ ଭିଡ଼ ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟ ଭାରିଆଣ୍ଟ ତୁଳତାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲୁଛି। ତେଣୁ ଘରୁ କୁଆଡ଼େ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଁ ମୋର ଅଧିକାଂଶ ଛୁଟିଦିନ ଯୋଜନାକୁ ବାତିଲ କରିଦେଇଛି ବୋଲି ଗେଟ୍‌ସ କହିଛନ୍ତି।

Share