ଝିଅ ବିଦା ହେବା ପୂର୍ବରୁ ବାପାଙ୍କଠୁ ଶୁଣିବାକୁ ଚାହାନ୍ତି ଏ ୪ କଥା

ପ୍ରତ୍ୟେକ ଝିଅଙ୍କ ପାଇଁ  ତାଙ୍କ ବାପା ସୁପର ହିରୋ ହୋଇଥାନ୍ତି। ଯାହାଙ୍କୁ ସେମାନେ ଅନ୍ଧଙ୍କ ଭଳି  ବିଶ୍ୱାସ କରିଥାନ୍ତି।  ଅନେକ ସମୟରେ ଏହି ଝିଅମାନେ ବାପାଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଶବ୍ଦରେ ପରିପ୍ରକାଶ କରିପାରନ୍ତି ନାହିଁ।
ତେବେ ସବୁଠୁ ବେଶି କଷ୍ଟ ସେମାନେ ପାଇଥାନ୍ତି ଯେତେବେଳେ ସେମାନେ ବିବାହ କରି ଅନ୍ୟର ଘରକୁ ଯାନ୍ତି। ନିଜର ନୂଆ ଘର ସଂସାର ଆରମ୍ଭ କରନ୍ତି।  ସେହି ସମୟରେ ତାଙ୍କ ବାପାଙ୍କ ସାହସ  ତାଙ୍କ ପାଇଁ କେତେ ବି ଜରୁରୀ  ତାହା ବି ସେମାନେ କହି ପାରନ୍ତି ନାହିଁ।
ତେବେ ଏପରି  ପରିସ୍ଥିତିରେ, ପ୍ରତ୍ୟେକ ବାପାଙ୍କର କର୍ତ୍ତବ୍ୟ ଯେ ନିଜ ଝିଅକୁ ଅନ୍ୟ କାହା ଘରକୁ ପଠାଇବା ପୂର୍ବରୁ କିଛି ସ୍ପଷ୍ଟ ଭାବରେ ବୁଝାଇ କହିବା, ଯାହାଫଳରେ ସେ ଅପରିଚିତ ବ୍ୟକ୍ତିଙ୍କ ମଧ୍ୟରେ ନିଜକୁ ଏକୁଟିଆ ନ ଭାବନ୍ତି।
ସେସବୁ କଥା ମଧ୍ୟରୁ ଏହି ୪ ଟି କଥା ନିତ୍ୟାନ୍ତ ଜରୁରୀ।
ଝିଅକୁ ଘରୁ ବିଦାୟ ଦେବା ପୂର୍ବରୁ   ସାହସ ଦେଇ କହିବା ଆବଶ୍ୟକ ପରିସ୍ଥିତି  ଯାହାବି ହେଉ  ମୁଁ ତୁମ ସହ ଅଛି।
ଏହା ମଧ୍ୟ ଏକ ବାପା ନିଜ ଝିଅକୁ ବୁଝାଇବା କଥା କି ବଡ଼ ମାନଙ୍କୁ ସମ୍ମାନ ଦେବା ସହ ନିଜ କର୍ତ୍ତବ୍ୟ କରିବା ଜରୁରୀ, ମିଳିମିଶି ଅନ୍ୟମାନଙ୍କ ସହ ରହିବା ଆବଶ୍ୟକ।
ଭଲ ଶିକ୍ଷା ଦେବା ସହ ସାହସର ସହ ଏହା କହିବା ଦରକାର କି ଆତ୍ମସମ୍ମାନ  ଆଗରେ କିଛି ନୁହେଁ। ଆତ୍ମସମ୍ମାନ ସବୁଠି ବଞ୍ଚାଇ ରଖିବା କଥା।
ହିନ୍ଦୁ ଧର୍ମରେ ସ୍ବାମୀଙ୍କୁ ଦେବତା ମନାଯାଏ , ମାତ୍ର ଜଣେ ବାପା ଏହା କହିବା ଆବଶ୍ୟକ କି ସ୍ବାମୀଙ୍କ  ଅପମାନ ସହିବା ଝିଅର କର୍ତ୍ତବ୍ୟ ନୁହେଁ।