Categories: ଖେଳ

ପ୍ରତ୍ୟେକ ମ୍ୟାଚ୍‌କୁ ଫାଇନାଲ ଭଳି ଖେଳିବାକୁ ପଡ଼ିବ: ଅଷ୍ଟ୍ରେଲିଆ ଅଧିନାୟକ

ଲକ୍ଷ୍ନୌ,୧୫।୧୦: (୦୩) ପ୍ରଥମ ଦୁଇ ମ୍ୟାଚ୍‌ ପରାଜିତ ହେବା ପରେ ସମସ୍ତ ମ୍ୟାଚ୍‌ ଆମ ପାଇଁ ଫାଇନାଲ ସଦୃଶ ରହିଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ। ଏହି ପରିସ୍ଥିତିରୁ ଦଳ ଆଉ ଗୋଟିଏ ବି ପରାଜୟ ଚାହିଁବ ନାହିଁ। ତେଣୁ ପ୍ରତ୍ୟେକ ମ୍ୟାଚ୍‌କୁ ଫାଇନାଲ ଭଳି ଭାବି ଖେଳିବାକୁ ପଡିବ ବୋଲି କୁମିନ୍ସ କହିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ଦୁଇଟି ଶକ୍ତିଶାଳୀ ଦଳ ଏହା ନିଃସନ୍ଦେହ। ୨୦୧୯ରେ ଆମେ ଉଭୟ ଦଳ ନିକଟରୁ ପରାଜିତ ହୋଇଥିଲୁ। ତେବେ ଆମେ ପ୍ରଦର୍ଶନରେ ସୁଧାର ଆଣି ଆଗକୁ ଥିବା ମ୍ୟାଚ୍‌ ଗୁଡିକରେ ବିଜୟୀ ହେବାକୁ ପ୍ରାଣପଣେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଆମର ଆରମ୍ଭ ଏତେଟା ଭଲ ରହିନାହିଁ। ଏକ ବଡ଼ ଟୁର୍ନାମେଣ୍ଟରେ ଏମିତି ଆରମ୍ଭ ଆଗକୁ ବଢିବାର ସମ୍ଭାବନାକୁ କ୍ଷୀଣ କରିବାର ସମ୍ଭାବନା ରହିଛି। ଟୁର୍ନାମେଣ୍ଟ ଇତିହାସରେ ଆମେ ସବୁଠାରୁ ଶକ୍ତିଶାଳୀ ଦଳ, ତେଣୁ ଆମେ ପ୍ରଦର୍ଶନ ଜରିଆରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବୁ ବୋଲି କୁମିନ୍ସ କହିଛନ୍ତି।

Share