Categories: ଫୁରସତ

ମୋ ସହ ଡେଟ୍‌ରେ ଯିବା ପାଇଁ ପସନ୍ଦ କରନ୍ତି ପ୍ରତ୍ୟେକ ପୁରୁଷ, ଭିତିରି କାରଣ କହିଲେ ଏହି ମଡେଲ

ଜଣେ ମଡେଲ ତଥା ସୋସିଆଲ ମିଡିଆ ଷ୍ଟାର ନିଜର ଏକଲାପଣର ଭିନ୍ନ ଏକ କାରଣ କହିଛନ୍ତି। ତାଙ୍କର କହିବା କଥା ମୋର କୌଣସି ମହିଳା ସାଙ୍ଗ ନାହାନ୍ତି। ତାଙ୍କୁ ଅନ୍ୟ ମହିଳାମାନଙ୍କ ସହିତ ମିତ୍ରତା କରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ଏହା ପଛରେ ଏକ କାରଣ ରହିଛି। ମଡେଲ ଜଣକ ଦେଖିବାକୁ ବହୁତ ସୁନ୍ଦର।

୨୭ ବର୍ଷୀୟା ମେରିଆ ମିଲ୍ସ ପେସାରେ ଜଣେ ମଡେଲ। ସେ ଆମେରିକାର ନ୍ୟୁୟର୍କରେ ରୁହନ୍ତି। ମେରିଆଙ୍କ କହିବା କଥା, ସେ ଅନ୍ୟ ମହିଳାଙ୍କ ସହ ବନ୍ଧୁତା କରିବା ତାଙ୍କୁ କଷ୍ଟକର ହୋଇଥାଏ। ଏଥିପାଇଁ ତାଙ୍କୁ ପୁରୁଷମାନେ ଡେଟ୍‌ରେ ଯିବା ପାଇଁ ପସନ୍ଦ କରନ୍ତି। ମେରିଆଙ୍କର ଇନ୍‌ଷ୍ଟାଗ୍ରାମରେ ୯୦୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି। ଏ ପର୍ଯ୍ୟନ୍ତ ମୋତେ ବହୁତ ପୁରୁଷ ବନ୍ଧୁ ମିଳିଛନ୍ତି, ମାତ୍ର କାହାକୁ ମୁଁ ପ୍ରେମ କରିନାହିଁ। ମୋ ଲୁକ୍‌ସ ଯୋଗୁ ମୋତେ ମହିଳା ବନ୍ଧୁମାନେ ଈର୍ଷା କରନ୍ତି। ତେଣୁ ମୁଁ ପୁରୁଷ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଏ। ପୁରୁଷମାନଙ୍କ ସହ ଡେଟ୍‌ରେ ଯାଇଥାଏ ସତ ମୋ ମନ ପସନ୍ଦର ସାଥୀ ଆଜିପର୍ଯ୍ୟନ୍ତ ମିଳିନାହାନ୍ତି।

Share