ଭୁବନେଶ୍ୱର,୧୫।୭: ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ତେବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ବାଗତ କରିଛନ୍ତି । ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜନତାଙ୍କ ସମସ୍ୟାର ସମାଧାନ ହେଉଛି ଆମର ପ୍ରାଥମିକତା । ପ୍ରତ୍ୟେକ ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଦୁଇଜଣ ମନ୍ତ୍ରୀ ଉପସ୍ଥିତ ରହିବେ ସାଧାରଣ ଲୋକ, ଦଳୀୟ କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କଠୁ ଆପତ୍ତି-ଅଭିଯୋଗ ଶୁଣିବେ ।
ଆଜି ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍ଡିସିସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା।