Categories: ଜାତୀୟ

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତିଙ୍କ ରୂପ, ମୁଁ ତାଙ୍କ ପୂଜାରୀ’

ହାଇଦ୍ରାବାଦ,୧୮ା୩: ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ମା ଏବଂ ଝିଅ ଶକ୍ତିଙ୍କର ରୂପ। ମୁଁ ସେମାନଙ୍କର ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭା ନିର୍ବାଚନ ଘୋଷଣା କରାଯାଇଛି। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ପର୍ବ ଆରମ୍ଭ ହୋଇଛି ଏବଂ ମେ’ ୧୩ରେ ତେଲଙ୍ଗାନାର ଲୋକମାନେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ମେ’ ୧୩ରେ ତେଲଙ୍ଗାନାରେ ହେବାକୁ ଥିବା ଭୋଟ୍‌ ‘ବିକଶିତ ଭାରତ’ ପାଇଁ ହେବ ଏବଂ ଯେତେବେଳେ ଭାରତର ବିକାଶ ହେବ, ତେଲଙ୍ଗାନାର ମଧ୍ୟ ବିକାଶ ହେବ।

Share