ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ ପର୍ଯ୍ୟାୟ କ୍ରମେ ଚାଲୁଛନ୍ତି। ମାତ୍ର ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ଏଥିମଧ୍ୟରୁ ସୋମାଲିଆ ହେଉଛି ଅନ୍ୟତମ। ଏଠାରେ ମହିଳାମଙ୍କ ସହ ବଳାତ୍କାର ଠାରୁ ଆରମ୍ଭକରି ଆକ୍ରମଣ ଏବଂ ହତ୍ୟା ସାଧାରଣ କଥା। କିନ୍ତୁ ବର୍ତ୍ତମାନ ଏଥିରେ ରୋକ ଲଗାଇବା ପାଇଁ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶରେ ବଳାତ୍କାରକୁ ହ୍ରାସ କରିବା ପାଇଁ ବାଲ୍ୟବିବାହକୁ ସରକାର ମଞ୍ଜିରି ଦେଇଛନ୍ତି। ଅର୍ଥାତ୍‌ ଏବେ ୧୮ ବର୍ଷ ପୂର୍ବରୁ ଝିଅମାନେ ବିବାହ କରିପାରିବେ। ଏପରି କରିବା ଦ୍ୱାରା ବଳାତ୍କାର ରୋକାଯାଇ ପାରିବ ବୋଲି କୁହାଯାଉଛି। ଏ ନେଇ ସୋମାଲିୟା ଏବେ ଚର୍ଚ୍ଚାରେ। ଏଠାରେ ସେକ୍ସ ସମ୍ବନ୍ଧୀୟ ଏକ ବିଲ୍‌ ଆଗତ ହୋଇଛି। ଏହି ବିଲ୍‌ ଅନୁଯାୟୀ, ଏଠାରେ ଝିଅମାନଙ୍କ ବାଲ୍ୟବିବାହ ଆଇନଗତ ହେବ। ଏଥିପାଇଁ କାହାକୁ କୌଣସି ଦଣ୍ଡ ଦିଆଯିବ ନାହିଁ। ଏହା ପରେ ସୋମାଲିଆ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

Share