ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ

ଓ୍ବାଶିଂଟନ୍‌,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି। ଗତ ବର୍ଷ ୨.୨୦କୋଟି ଲୋକ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ପାର୍ସପୋର୍ଟ ପାଇଁ ଅଧିକ ଦିନ ଲାଗୁଥିବାରୁ ହଜାର ହଜାର ନାଗରିକ ସେମାନଙ୍କର ବିଦେଶ ଯାତ୍ରାକୁ ବାତିଲ କରୁଛନ୍ତି।

ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସଂସଦରେ ନିଜର ବୟାନ ରଖିଛନ୍ତି। କୋଭିଡ ସମୟରେ ଲୋକଙ୍କ ଯାତ୍ରା ହ୍ରାସ ପାଇଥିବାର ସେ ଦର୍ଶାଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ଏହି କାର୍ଯ୍ୟରେ ଜଡିତ କମ୍ପାନୀଗୁଡିକ ସହିତ ଚୁକ୍ତିନାମା ସମାପ୍ତ କରି ଅନ୍ୟାନ୍ୟ କାର୍ଯ୍ୟରେ ବହୁ ସଂଖ୍ୟକ କର୍ମଚାରୀ ନିୟୋଜିତ କରିଥିଲେ। ଏହାର ଉନ୍ନତି ପାଇଁ ପାସପୋର୍ଟ ନବୀକରଣ ପାଇଁ ସରକାରଙ୍କ ଅନଲାଇନ ବ୍ୟବସ୍ଥା ସାମୟିକ ଭାବେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଯାତ୍ରା ପାଇଁ ବହୁଲୋକ ଇଚ୍ଛୁକ ହୋଇଥିବାବେଳେ ପାସପୋର୍ଟ ଆବେଦନଗୁଡ଼ିକ ଆକାଶଛୁଆଁ ହୋଇଛି। ପରିସ୍ଥିତିକୁ ସୁଧାରିବା ପାଇଁ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଉଛି।

Share