Advertisement

ହାରିବାନି, ହରାଇବା

ପ୍ରତିବର୍ଷ ଜାନୁଆରୀ ମାସ ଶେଷ ରବିବାରକୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଅର୍ଥାତ୍‌ ୨୦୨୪, ଜାନୁଆରୀ ୨୮ରେ ଏହା ପାଳିତ ହେଉଛି। ଏହି ରୋଗ ବିରୋଧରେ ଲଢ଼େଇରେ ନ ହାରି ଏହାକୁ ହରାଇବା ଲାଗି ଉକ୍ତ ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହି ଅନ୍ତର୍ଜାତୀୟ ଦିବସର ଆରମ୍ଭ ୧୯୫୪ ମସିହାରୁ ହୋଇଥିଲା। ଫ୍ରାନ୍ସର ଲେଖକ ରାଓଲ ଫୋଲେରୋ ସୂଚନା ବିସ୍ତାର କରିବା ତଥା କୁଷ୍ଠରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉକ୍ତ ବିଶ୍ୱସ୍ତରୀୟ ପ୍ରୟାସର ସ୍ବପ୍ନ ଦେଖିଥିଲେ। କୁଷ୍ଠରୋଗୀଙ୍କ ପାଇଁ ଭାବପ୍ରବଣ ତଥା ମାନସିକ ଓ ଶାରୀରିକ ଆଘାତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ଲୋକଙ୍କ ମତ ଏବଂ ମନୋଭାବକୁ ପ୍ରଭାବିତ କରିବା ତାଙ୍କର ଲକ୍ଷ୍ୟ ଥିଲା। ଜାନୁଆରୀ ୩୦ରେ ଭାରତରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦିବସକୁ ବିଶ୍ୱ କୁଷ୍ଠରୋଗ ଦିବସ ଭାବେ ପାଳନ କରାଯାଇଥାଏ। କୁଷ୍ଠରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ଗାନ୍ଧୀଙ୍କର ସହାନୁଭୂତି ଥିଲା।
ରୋଗର କାରଣ ପାଇଁ ବାସିଲସ ମାଈକୋବ୍ୟାକ୍ଟେରିୟମ ଦାୟୀ।
ଏହି ରୋଗ ଏକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ଏହା ବଂଶଗତ ନୁହେଁ ବୋଲି ନରୱେ ଚିକିତ୍ସକ ଗେରହର୍ଡ ହେନ୍ରିକ ଆର୍ମାଉର୍‌ ହାନସେନ କହିଥିଲେ। ଡାକ୍ତରଙ୍କ ଆବିଷ୍କାରକୁ ସମ୍ମାନ ଦେବା ପାଇଁ ଏହାକୁ ହାନସେନ ରୋଗ ବୋଲି ମଧ୍ୟ କୁହାଯାଉଥିଲା।
ଏକ ଚର୍ମ ସଂକ୍ରମଣ ଏବଂ ସ୍ନାୟୁଜନିତ ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏହା ଅବସାଦର କାରଣ ହୋଇପାରେ। ଅଧିକନ୍ତୁ, ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ସେମାନଙ୍କ ଆଖପାଖରେ ଥିବା ଲୋକଙ୍କ ମନୋଭାବ ଯୋଗୁ ମାନସିକ ଚାପର ସମ୍ମୁଖୀନ ହୋଇଥା’ନ୍ତି। କୁଷ୍ଠଗ୍ରସ୍ତ ରୋଗୀଙ୍କ ବିଷୟରେ ଲୋକଙ୍କ ଧାରଣାକୁ ପରିବର୍ତ୍ତନ କରିବା, ସେମାନଙ୍କ ପ୍ରତି ସଚେତନତା ଏବଂ ସହାନୁଭୂତି ବଢ଼ାଇବା ହେଉଛି ବିଶ୍ୱ କୁଷ୍ଠ ନିରାକରଣ ଦିବସର ଲକ୍ଷ୍ୟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share