Categories: ଫୁରସତ

ସମସ୍ତଙ୍କ ଘରେ ନିଜସ୍ବ ବିମାନ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ଯାନବାହନ ନିହାତି ଥିବ। ସେ ସାଇକେଲ ହେଉ କିମ୍ବା ବାଇକ୍‌ କି ଦାମୀ କାର୍‌। ଲୋକେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ତାକୁ ବ୍ୟବହାର କରିଥାନ୍ତି। ହେଲେ ଏକ ଜାଗା ଅଛି, ଯେଉଁଠାରେ ପ୍ରତ୍ୟେକଙ୍କ ଘରେ ଦୁଇଚକିଆ କିମ୍ବା ୪ ଚକିଆ ନୁହେଁ ବିମାନ ରହିଛି। ସେମାନଙ୍କ ପାଇଁ ତାହା ସାମାନ୍ୟ। ସେମାନେ କିଛି ଛୋଟ କାମ ପାଇଁ ହେଉ ପଛେ ସେହି ବିମାନ ବ୍ୟବହାର କରିଥାନ୍ତି। ଆମେରିକାର କାଲିଫର୍ନିଆରେ ଏକ ସ୍ଥାନ ରହିଛି, ଯେଉଁଠାରେ ସମସ୍ତଙ୍କ ଘର ସମ୍ମୁଖରେ ଏକ ଉଡ଼ାଜାହାଜ ଠିଆ ହୋଇଛି। ସେମାନଙ୍କୁ କେଉଁଠାକୁ ଯିବାକୁ ହେଲେ, ସେମାନେ ତାଙ୍କ ଉଡ଼ାଜାହାଜକୁ ନେଇ ଯାଆନ୍ତି। କାଲିଫର୍ନିଆର କେମରନ୍‌ ଏୟାରପାର୍କ ନାମକ ସହରର ସଡ଼କ ସାଧାରଣଠାରୁ ଅଧିକ ଚଉଡ଼ା । ଏହା ଫଳରେ ଏହି ରାସ୍ତାରେ ବିମାନ ଯାତ୍ରା ହୋଇପାରିବ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ସମସ୍ତେ ତ ଉଡ଼ାଜାହାଜ ଚଲାଇ ପାରିବେନି। ତେବେ ଏଠାରେ ରହୁଥିବା ସମସ୍ତେ ଜଣେ ଜଣେ ପାଇଲଟ। ସେମାନେ ନିଜ ନିଜ ଉଡ଼ାଜାହାଜ ନିଜେ ନେଇ ଯାଇଥାନ୍ତି। ଏଠାରେ ରହୁଥିବା ଲୋକ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ନେଇ ଏୟାରପୋର୍ଟକୁ ଯାଇଥାନ୍ତି। ରିପୋର୍ଟ ମୁତାବକ, ଆମେରିକାରେ ମୋଟ ୬୦୦ରୁ ଊର୍ଦ୍ଧ୍ୱ ଏୟାର ପାର୍କ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏପରି ବହୁତ ଏୟାର ଫିଲ୍ମ ପ୍ରସ୍ତୁତ କରାଯାଇଥିଲା। ତାକୁ ପରେ ବଦଳା ନ ଯାଇ ପରେ ରେସିଡେନ୍ସିଆଲ ଏୟାର ପାର୍କ କରିଦିଆଗଲା। ଏଠାରେ କେବଳ ରିଟାୟାର୍ଡ ମିଲିଟାରି ପାଇଲଟ ହିଁ ରହିଥାନ୍ତି। ୧୯୪୬ ମସିହା ବେଳକୁ ଆମେରିକାରେ ମୋଟ ୪ ଲକ୍ଷ ପାଇଲଟ ଥିଲେ, ଯେଉଁମାନେ ଏପରି ଏୟାରପାର୍କରେ ରହିବାକୁ ଆରମ୍ଭ କଲେ। କେମରନ୍‌ ପାର୍କ ୧୯୬୩ରେ ହୋଇଥିଲା। ଏଠାରେ ମୋଟ ୧୨୪ ଘର ରହିଛି।

Share