ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ, ରାହୁଲ-କେଜ୍‌ରିଓ୍ବାଲଙ୍କୁ ଆଗୁଆ ଶୁଭକାମନା ଦେଲେ…

ଇସଲାମାବାଦ,୨୯।୫: ପାକିସ୍ତାନର ପ୍ରତିଟି ବ୍ୟକ୍ତି ନରେନ୍ଦ୍ର ମୋଦି ନିର୍ବାଚନ ହାରି ଯାଆନ୍ତୁ ବୋଲି ଚାହାନ୍ତି। ସେମାନେ ମୋଦିଙ୍କୁ ହରାଇବା ଲାଗି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇଛନ୍ତି। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ। ତାଙ୍କର ଏହି ବୟାନକୁ ନିର୍ବାଚନ ପ୍ରଚାରରେ ପ୍ରସଙ୍ଗ ମଧ୍ୟ କରାଯାଉଛି। କଂଗ୍ରେସ, ଏଏପି ଏବଂ ଟିଏମ୍‌ସିକୁ ଭାଜପା ଟାର୍ଗେଟ କରୁଥିବା ଦେଖାଯାଉଛି।

ଫଓ୍ବାଦ କହିଛନ୍ତି, କାଶ୍ମୀର ହେଉ ଅଥବା ଭାରତର ବାକି ମୁସଲମାନ, ଏବେ ଯେଉଁଭଳି କଟ୍ଟରପନ୍ଥି ଚିନ୍ତାଧାରାର ସାମ୍ନା କରୁଛନ୍ତି, ସେଠାର ବାକି ଅଳ୍ପସଖ୍ୟକ ଏବେ ଯେଉଁଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଏହା ଜରୁରୀ ଯେ ନରେନ୍ଦ୍ର ମୋଦି ନିର୍ବାଚନରେ ହାରିଯାଆନ୍ତୁ। ପାକିସ୍ତାନର ପ୍ରତିଟି ବ୍ୟକ୍ତି ତାହା ଚାହୁଁଛନ୍ତି। ଏହାଫଳରେ ହିନ୍ଦୁସ୍ତାନ ଏବଂ ପାକିସ୍ତାନର ସମ୍ପର୍କ ସୁଧୁରୀ ପାରେ। ପାକିସ୍ତାନରେ ବି, ହିନ୍ଦୁସ୍ତାନରେ ବି। ପାକିସ୍ତାନରେ ହିନ୍ଦୁସ୍ତାନକୁ ନେଇ ଘୃଣା ନାହିଁ, ହେଲେ ହିନ୍ଦୁସ୍ତାନରେ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ପାକିସ୍ତାନକୁ ନେଇ ଘୃଣା ସୃଷ୍ଟି କରୁଛନ୍ତି, ମୁସଲମାନଙ୍କୁ ନେଇ ଘୃଣା ସୃଷ୍ଟି କରୁଛନ୍ତି। ଆମର ଦାୟିତ୍ୱ ହେଉଛି ଯେ ଏହି ଘୃଣାର ଯିଏ କର୍ତ୍ତାଧର୍ତ୍ତା ତାଙ୍କୁ ପରାଜିତ କରିବା।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ଯେ ଭାରତର ଭୋଟର ମୁର୍ଖ ନୁହନ୍ତି। ତାଙ୍କୁ କେଉଁଥିରେ ଲାଭ ଜଣାନାହିଁ କି। ପାକିସ୍ତାନ ସହ ସମ୍ପର୍କ ଭଲ ହେବାରେ ଭାରତକୁ ଲାଭ। ଭାରତକୁ ଏକ ପ୍ରଗତିଶୀଳ ଦେଶ ଭାବେ ଆଗକୁ ବଢ଼ିବା ଉଚିତ, ଏଥିପାଇଁ ମୋଦି ଏବଂ ତାଙ୍କ ଉଗ୍ର ବିଚାରଧାରାକୁ ହରାଇବାକୁ ହେବ। ତାଙ୍କୁ ଯିଏ ବି ହରାନ୍ତୁ, ରାହୁଲ , କେଜରିଓ୍ବାଲ ନଚେତ ମମତା ବାନାର୍ଜୀ, ସମସ୍ତଙ୍କୁ ଶୁଭକାମନା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri