ମଦ୍ରାସା ପରୀକ୍ଷାରେ ସମସ୍ତେ ପାସ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଭୁବନେଶ୍ୱର ୟୁନିଟ୍‌-୯ ସ୍ଥିତ ଉର୍ଦ୍ଦୁଭବନ ପରିସରରେ ଫଳ ପ୍ରକାଶ କରାଯାଇଛି। ମୌଲବୀ ପରୀକ୍ଷାରେ ମୋଟ୍‌ ୨୧୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯୨ ଜଣ ରେଗୁଲାର ଓ ୨୦ ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ଥିଲେ। ପରୀକ୍ଷାରେ ସମସ୍ତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୮୪ ଛାତ୍ରୀ ଥିବା ବେଳେ ୧୨୮ ଛାତ୍ର ଅଛନ୍ତି। ମଦ୍ରାସା ଇସ୍‌ଲାମିଆ ଆର୍‌ବିଆର ଛାତ୍ରୀ କନିଜ୍‌ ଫାତମା ୭୦୦ରୁ ୬୪୪ ନମ୍ବର ରଖି ଏ ୱାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷା ଫଳ osbme.org.in ୱେବ୍‌ସାଇଟ୍‌ରେ ଉପଲବ୍ଧ।

Share