Categories: Uncategorized

ପୋଖରୀ ଭିତରେ ପଶି କୁମ୍ଭୀରକୁ ଟାଣିଆଣିଲେ ଯୁବତୀ: ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

କୁମ୍ଭୀର ଜଳରେ ସବୁଠାରୁ ବିପଜ୍ଜନକ ପ୍ରାଣୀ ବୋଲି ବିବେଚନା କରାଯାଏ। ନଦୀ କିମ୍ବା ପୋଖରୀ କୂଳକୁ ଯିବା ମାତ୍ରେ କୁମ୍ଭୀରମାନେ ଭାବରେ ଆକ୍ରମଣ କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ବିଶ୍ୱାସ କରିହେବ ନାହିଁ। ଭିଡିଓରେ ଜଣେ ଯୁବତୀ ଏକାକୀ କୁମ୍ଭୀରରେ ପରିପୂର୍ଣ୍ଣ ଏକ ପୋଖରୀରେ ପ୍ରବେଶ କରନ୍ତି ଏବଂ ସେଠାରୁ ଏକ କୁମ୍ଭୀରକୁ ଟାଣି ନେଇଥାନ୍ତି।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ, ଯୁବତୀ କିପରି କୁମ୍ଭୀର ପରିପୂର୍ଣ୍ଣ ଏକ ପୋଖରୀକୁ ଡେଇଁପଡ଼ନ୍ତି। ତା’ପରେ ସେ ସେହି କୁମ୍ଭୀରମାନଙ୍କ ମଧ୍ୟରୁ ଜଣକୁ ଧରି ବାହାରକୁ ଆଣନ୍ତି। ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଠିଆ ହୋଇଥିଲେ। ଯୁବତୀ ଏପରି କରୁଥିବା ଦେଖି ପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ naturehd22 ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଭିଡିଓ ଦେଖିବା ପରେ ୟୁଜର୍ସମାନେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।