‘ଦ କେରଲା ଷ୍ଟୋରି’କୁ ନେଇ ଚମକାଇ ଦେଲା କଙ୍ଗନାଙ୍କ ବୟାନ

ମୁମ୍ବାଇ: ବଲିଉଡ ଷ୍ଟାର କଙ୍ଗନା ରାନାଓ୍ବତ ପ୍ରାୟ ସବୁ ସମୟରେ ସବୁ ପ୍ରସଙ୍ଗକୁ ନେଇ ନିଜର ବେକାବୁ ବୟାନ ଦେବାକୁ ପଛାଇ ନ ଥାଆନ୍ତି। ନିକଟରେ କଙ୍ଗନା ଏକ ଇଭେଣ୍ଟରେ ଭାଗ ନେବାକୁ ଯାଇଥିଲେ। ଏହି ସମୟରେ ଅଭିନେତ୍ରୀ କିଛି ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ ତାଙ୍କ ରାୟ ଦେଇଥିଲେ। ଏମିତିକି ସେ ତାଙ୍କ ଫିଲ୍ମି ଶଫରଠାରୁ ଆରମ୍ଭ କରି ବଲିଉଡ ଜର୍ନି ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ କଥା ହୋଇଥିଲେ। ଏହାରି ଭିତରେ କଙ୍ଗନା ନିକଟରେ ରିଲିଜ ହୋଇଥିବା ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ବୟାନ ଦେଇଛନ୍ତି।
ଧର୍ମାତରଣ ଓ ଆତଙ୍କବାଦର ପ୍ରସଙ୍ଗକୁ ନେଇ ରିଲିଜ ହୋଇଥିବା ଏହି ମୁଭିକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ମୁଭିରେ ଆତଙ୍କବାଦର କାହାଣୀକୁ ଦର୍ଶାଯାଇଛି। ଯାହା କେରଳରେ ହୋଇଥିବା ସତ ଘଟଣା ଉପରେ ଆଧାରିତ। ଏହି ଫିଲ୍ମକୁ ନେଇ ଯେତେବେଳେ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ଦେଖନ୍ତୁ ମୁଁ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ, ହେଲେ ମୁଭିକୁ ନେଇ ଅନେକ ବିରୋଧ ହୋଇଥିବା ଜାଣିଛି। ଏହାକୁ ବ୍ୟାନ କରିବା କଥା ବି ଉଠିଛି, ହେଲେ ଏହା ମୁଁ ଆଜି ଜାଣିଲି।
ଯଦି ମୁଁ ଭୁଲ ତେବେ ମୋତେ ସଂଶୋଧନ କରି ନିଅନ୍ତୁ। ହାଇକୋର୍ଟ ବି ଏହାକୁ ନେଇ କହିଛନ୍ତି ଯେ ମୁଭିକୁ ବ୍ୟାନ କରାଯାଇ ପାରିବ ନାହିଁ। ମୋତେ ଲାଗୁଛି କି ଏହି ମୁଭି ଆଇଏସକୁ ବାଦ ଦେଲେ ଆଉ କାହାକୁ ଭୁଲ କହିନାହିଁ। ଯଦି ଦେଶର ସବୁଠାରୁ ବଡ ସଂସ୍ଥା ହାଇକୋର୍ଟ ଏହା କହୁଛନ୍ତି ତେବେ ଏହା ଆଦୌ ଠିକ ନୁହେଁ। ଆଇଏସ ଏକ ଆତଙ୍କବାଦୀ ସଙ୍ଗଠନ। ମୁଁ ଏହା କହୁନାହିଁ, ଆମ ଦେଶ, ଆମ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ଦେଶ ମଧ୍ୟ ଏହିପରି କଥା ହୋଇଛନ୍ତି।

Share