Posted inଜାତୀୟ

ସମସ୍ତଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ,୧୫।୮: ଦେଶର ସମସ୍ତ ଲୋକଙ୍କୁ ଏବେ ମିଳିବ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗର ବିବରଣୀ, ଔଷଧ ବିଷୟରେ ଆବଶ୍ୟକ ତଥ୍ୟ, ହସ୍ପିଟାଲ ଏବଂ ଔଷଧ ଦୋକାନର ତଥ୍ୟ ଆଦି ରହିବ। ଏହି ସ୍ମାର୍ଟ କାର୍ଡ ଦ୍ୱାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସହଜରେ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଜାତୀୟ ଡିଜିଟାଲ ହେଲଥ୍‌ ମିଶନର ଶୁଭାରମ୍ଭ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି। ଡାକ୍ତର କାର୍ଡ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗ, ସେ ବ୍ୟବହାର କରୁଥିବା ଔଷଧ ସମ୍ପର୍କରେ କମ୍‌ ସମୟ ମଧ୍ୟରେ ଜାଣିପାରିବେ। ଏହାଦ୍ୱାରା ପରବର୍ତ୍ତୀ ଚିକିତ୍ସା ସହଜ ହୋଇପାରିବ। ଏଥିରେ ହେଲ୍‌ଥ ଆଇଡି, ବ୍ୟକ୍ତିଗତ ସ୍ବାସ୍ଥ୍ୟ ରେକର୍ଡ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ତଥ୍ୟ ଏବଂ ସ୍ବାସ୍ଥ୍ୟ ସେବା ସୁବିଧା ରେଜିଷ୍ଟ୍ରି ଆଦି ୪ଟି ବୈଶିଷ୍ଟ୍ୟ ରହିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହି କାର୍ଡରେ ଟେଲିମିଡ଼ସିନ୍‌ ଏବଂ ଇ-ଫାର୍ମାସୀ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ସରକାରଙ୍କୁ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ପ୍ରସ୍ତୁତ ଏବଂ ଏହାର ପ୍ରଣୟନ କ୍ଷେତ୍ରରେ ସୁବିଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ...

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ...

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା...

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image