ସମସ୍ତଙ୍କ ସ୍ବାବ ପରୀକ୍ଷା, ଚିକିତ୍ସା ଦାବି

ଖଇରା,୨୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ୭ଦଫା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ବଳଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ ଏକ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରି ବ୍ଲକରେ ପହଞ୍ଚତ୍ଥିଲା। ପରେ ବିଭିନ୍ନ ଦାବି ଯଥା ଉଭୟ କରୋନା ତଥା ଅନ୍ୟାନ୍ୟ ରୋଗରେ ପିଡିତ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡିକରେ ବ୍ୟବସ୍ଥା ରଖାଯିବା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତଙ୍କ ସ୍ବାବ ପରୀକ୍ଷା କରାଯିବା, କରୋନାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଇତ୍ୟାଦି ପ୍ରସଙ୍ଗରେ ଏକ ସ୍ମାରକପତ୍ର କମିଟି ତରଫରୁ ପ୍ରଦାନ କରାଯାଇଛି। ସଭ୍ୟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗତାନନ୍ଦ ମହାପାତ୍ର, ବଳରାମ ସାହୁ, ଉତ୍ତମ କୁମାର ଦାସ,ଭଗବାନ ଦାସ,ଜିଲା ପରିଷଦ ପ୍ରାର୍ଥିନୀ ଶୁଭଦ୍ରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share