୭୨ ଘଣ୍ଟାରେ ନିଆଗଲା ପ୍ରତିଶୋଧ: ହମାସର ୧୫୦୦ ଆତଙ୍କବାଦୀ ନିହତ, ସୀମା ଏବେ ସୁରକ୍ଷିତ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ କରିଥିବା ଆକ୍ରମଣର ୭୧ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି। ହମାସର ୧୫୦୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଦେଶର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ସେନା ମୁଖପାତ୍ର ରିଚାର୍ଡ ହେକ୍ଟ ଦାବି କରିଛନ୍ତି। ଏପରିକି ସୋମବାର ବିଳମ୍ବିତ ରାତ୍ରିରୁ କୌଣସି ହମାସ ଆତଙ୍କବାଦୀ ସୀମାରେ ପ୍ରବେଶ କରିନାହାନ୍ତି। ହେଲେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଗତ ୪ ଦିନ ଧରି ଚାଲିଆସୁଥିବା ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧରେ ହମାସ ବିଦ୍ରୋହୀମାନେ ଯବାନ ଏବଂ ସାଧାରଣ ନାଗରିକଙ୍କ ସମେତ ୯୦୦ ଇସ୍ରାଏଲର ଲୋକଙ୍କ ହତ୍ୟା କରିଛନ୍ତି। ଅପରପକ୍ଷେ ଇସ୍ରାଏଲର ଆକ୍ରମଣରେ ମଧ୍ୟ ଗାଜା ଏବଂ ଓ୍ବେଷ୍ଟ ବ୍ୟାଙ୍କରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ଇସ୍ରାଲଲର ଗାଜା ଷ୍ଟ୍ରିପ ଉପରେ ଆକ୍ରମଣକୁ ଆହୁରୀ ତିବ୍ର କରିଥିବା କୁହାଯାଉଛି।

Share