Categories: ଜାତୀୟ

ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍‌: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ

ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକାଠି ଗୋଟିଏ ଗାଡିରେ ଆସି ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେହି ଗାଡିରେ ପରିବେଶ ମନ୍ତ୍ରୀ ତେଜପ୍ରତାପ ଯାଦବ ମଧ୍ୟ ଥିଲେ। ଆରଜେଡି-ଜେଡିୟୁ ମତଭେଦ ଚର୍ଚ୍ଚା ମଧ୍ୟରେ ଏହି ୩ ଜଣ ଗୋଟିଏ ଗାଡିରେ ଆସିବା ସବୁକିଛି ଠିକ୍‌ ହୋଇଯାଇଥିବା ପରି ମନେ ହେଉଛି।
ସୂଚନାଯୋଗ୍ୟ, ବିହାରରେ ଗତ କିଛି ଦିନ ହେବ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ଶିକ୍ଷା ବିଭାଗ ସଚିବ କେକେ ପାଠକଙ୍କ ମଧ୍ୟରେ ଲାଗିଥିବା ଶୀତଳଯୁଦ୍ଧ ଚାଲିଛି। ଏସବୁ ଭିତରେ ଲାଲୁ ଯାଦବଙ୍କ ପରିବାରର ନିକଟତମ ଏମଏଲସି ସୁନୀଲ ସିଂ ଇସାରାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଥିଲେ। ଏହାକୁ ଆରଜେଡି-ଜେଡିୟୁ ମଧ୍ୟରେ କିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଥିଲା।

Share