ସବୁକିଛି ବହୁତ ଭୟାନକ, ଆମେ ଇସ୍ରାଏଲ ସହ ଅଛୁ: ଆମେରିକାର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡା ହୋଇଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ସେ ହମାସର ଆତଙ୍କ ଦେଖିଥିଲେ।
ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତ ସମୟରେ ହମାସର ବର୍ବରତା ଏବଂ ଇସ୍ରାଏଲ ନାଗରିକଙ୍କ ଦୁଃଖ ଦେଖିଥିଲେ। ବ୍ଲିକେନ କହିଛନ୍ତି ଯେ, ସେଠାରେ ଥିବା ପିଲାମାନଙ୍କ ଉପରେ ଗୁଳି ଚଳାଯାଉଛି। ସୈନିକମାନଙ୍କ ମୁଣ୍ଡ କାଟି ଦିଆଯାଉଛି। ଏହା ଯନ୍ତ୍ରଣାଦାୟକ। ଇସ୍ରାଏଲ ସରକାର ଆମ ସହିତ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଏହା କଳ୍ପନା ବାହାରେ। ଭଗବାନ ନ କରନ୍ତୁ ଆମକୁ କେବେ ଦେଖିବାକୁ ପଡିବ। ଇସ୍ରାଏଲ ଏହାର ପ୍ରତିଶୋଧ ନେଉଛି।
ବ୍ଲିଙ୍କେନ ଆହୁରି କହିଛନ୍ତି ଯେ, ହମାସ ସାଧାରଣ ନାଗରିକଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି। ହମାସ ପ୍ରଥମେ ମୌଳିକ ପ୍ରସଙ୍ଗ ଜାଣିବା ଉଚିତ୍‌। ଆତଙ୍କବାଦରୁ ନିଜକୁ ରକ୍ଷା କରିବା ପାଇଁ ଇସ୍ରାଏଲ ଏକ ସୁରକ୍ଷା ଅଭିଯାନ ଚଳାଉଛି। ଇସ୍ରାଏଲ ସରକାରଙ୍କ ସହ ଆଲୋଚନା ସମୟରେ, ଆମେ ନିଶ୍ଚିତ କରିଛୁ ଯେ ଗାଜାରେ ରହୁଥିବା ଲୋକଙ୍କ ମାନବିକ ଆବଶ୍ୟକତା ଯତ୍ନ ନିଆଯାଉଛି। ଗାଜାର ନାଗରିକମାନଙ୍କୁ କ୍ଷତିରୁ ରକ୍ଷା କରିବାର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟ ପଟୁ ଯୁଦ୍ଧ ତୀବ୍ରତର ହେଉଛି। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ ନେଇଥିବା ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷର ପ୍ରାୟ ୨୫୦ ଲୋକ ଯୁଦ୍ଧରେ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି।

Share