ଭାରତରେ ଜ୍ଞାନର କ୍ରମବିକାଶ

କେଉଁସବୁ ବିଷୟରେ ପ୍ରବୀଣ ବୋଲି ନାରଦଙ୍କୁ ଋଷି ସନତ କୁମାର ପଚାରିଥିଲେ। ଋଷିଙ୍କର ସେହି ପ୍ରଶ୍ନର ଉତ୍ତରରେ ଯେଉଁ ବିଷୟ ସମ୍ପର୍କରେ ନାରଦ କହିଥିଲେ ତାହା ହିଁ ଭାରତର ପ୍ରଥମ ଶୈକ୍ଷିକ ପାଠ୍ୟକ୍ରମର ତାଲିକା। ଏହା ଛାନ୍ଦୋଗ୍ୟ ଉପନିଷଦ୍‌ରୁ ଜାଣିବାକୁ ବିଳେ। ସନତ କୁମାରଙ୍କ ଉତ୍ତରରେ ନାରଦ ଯେଉଁ ବିଷୟଗୁଡ଼ିକର ତାଲିକା ଦେଇଥିଲେ ସେଗୁଡ଼ିକ ହେଉଛି ୪ଟି ବେଦ, ପଞ୍ଚମ ବେଦ (ଇତିହାସ-ପୁରାଣ), ବେଦାଙ୍ଗ (ଭାଷାବିଜ୍ଞାନ, ବିପତ୍ତ୍ତିଶାସ୍ତ୍ର , ବ୍ୟାକରଣ, ଛନ୍ଦଶାସ୍ତ୍ର, ଜ୍ୟାମିତି, ସମୟ ଗଣନା, ସଂସ୍କାର ବା ପର୍ବ), ତର୍କ, ଭୂବିଜ୍ଞାନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ), ଦେବ ଜ୍ଞାନ, ପିତୃପୁରୁଷ, ସର୍ପ, ତାରା (ଜ୍ୟୋତିଷ)। ସନତ କୁମାର ସୂଚାଇ ଦେଇଛନ୍ତି ଯେ, ନାରଦଙ୍କ ପ୍ରଦତ୍ତ ତାଲିକାରେ ଆତ୍ମ-ସଚେତନତା (ବ୍ରହ୍ମବିଦ୍ୟା) ଅନ୍ତର୍ଭୁକ୍ତ ହୋଇ ନାହିଁ। ତେଣୁ କେବଳ ବୁଝିବା ଭଳି ନାରଦଙ୍କ ଜ୍ଞାନ ବାହ୍ୟ ବା ଉପରଠଉରିଆ ସଦୃଶ। ଏଥିରେ ବୁଝାମଣା ଓ ଏକୀକରଣର ଅଭାବ ରହିଛି। ଏଭଳି ଜ୍ଞାନର ଉଦାହରଣ ହେଉଛନ୍ତି ରାବଣ। ରାମାୟଣ ତାଙ୍କୁ ଜଣେ ବୈଦିକ ବ୍ରାହ୍ମଣ ଭାବେ ଦର୍ଶାଇଛି। ଏହା ସହ ସେ ଔଷଧ ଏବଂ ଜ୍ୟୋତିଷ ଏବଂ ଇଞ୍ଜିନିୟରିଂ ସହ ଜଡ଼ିତ ଅନେକ ପୁସ୍ତକର ଲେଖକ ବୋଲି ରାମାୟଣରେ ବର୍ଣ୍ଣନା ରହିଛି। କିନ୍ତୁ ସେ ମଣିଷକୁ ସମ୍ମାନ ଦିଅନ୍ତି ନାହିଁ। ସେ ପ୍ରାଧାନ୍ୟ ବିସ୍ତାରକାରୀ ଏବଂ କ୍ଷେତ୍ରାଧିପତି ହେବାକୁ ଚେଷ୍ଟା କରନ୍ତି। ସେ ନିଜ ଭାଇକୁ ଘରୁ ବାହାର କରିଦେଇ ତାଙ୍କ ସମ୍ପତ୍ତି ଦାବି କରନ୍ତି। ତାଙ୍କ ପ୍ରତି ଅନ୍ୟ ଭାଇମାନେ ସମ୍ପୂର୍ଣ୍ଣ ବିଶ୍ୱସ୍ତ ରୁହନ୍ତୁ ଏବଂ ତାଙ୍କ କଥା ମାନନ୍ତୁ ବୋଲି ସେ ଦାବି କରନ୍ତି। ସେ ଜଣେ ମହିଳାଙ୍କ ସମ୍ମତିକୁ ସମ୍ମାନ କରନ୍ତି ନାହିଁ । ଅନ୍ୟର ଭାବାବେଗକୁ ସମ୍ମାନ ଜଣାଇବାର ଅଭାବ ଏକ ଅନୁଭବୀ ଓ ବିଚାର ବିହୀନ ଜ୍ଞାନକୁ ଦର୍ଶାଏ , ଯାହାକୁ ସନତ କୁମାର ସୂଚିତ କରୁଛନ୍ତି। ଏହି ବ୍ରହ୍ମା-ବିଦ୍ୟା ଆତ୍ମ ସଚେତନତା ହେଉଛି ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳଦୁଆ ।
ଛାନ୍ଦୋଗ୍ୟ ଉପନିଷଦ ବୌଦ୍ଧଧର୍ମଠାରୁ ପୁରାତନ ବୋଲି କୁହାଯାଏ। ଏହା ୨,୭୦୦ ବର୍ଷ ପୁରୁଣା ବିଚାରଧାରାକୁ ପ୍ରକାଶ କରିଛି। ସେହି ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ସଂଗଠିତ ହୋଇଥିଲା ବୋଲି ଆମେ ଦାବି କରିପାରିବା। ପରେ ନାରଦଙ୍କ ପ୍ରଦତ୍ତ ତାଲିକା ସମ୍ପ୍ରସାରିତ ହୋଇଥିଲା। ସେଥିରେ ସଙ୍ଗୀତ (ଗାନ୍ଧର୍ଭ), ଯୁଦ୍ଧ (ଧନୁର୍‌), ଆରୋଗ୍ୟ (ଆୟୁର୍‌) ଏବଂ ସ୍ଥପତ୍ୟ ଜ୍ଞାନ (ବେଦ) ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାୟ ୧,୫୦୦ ବର୍ଷ ପୂର୍ବେ ଅନ୍ୟ ଏକ ପ୍ରକାର ବିଚାର ବା ସିଦ୍ଧାନ୍ତ ସୃଷ୍ଟି ହୋଇଥିଲା । ସେଗୁଡ଼ିକୁ ଶାସ୍ତ୍ର (ସଂଗଠିତ ଜ୍ଞାନ) କୁହାଯାଉଥିଲା। ଏଥିରେ ଧର୍ମ (ସମାଜ), ଅର୍ଥ (ଅର୍ଥନୀତି) ଏବଂ କାମ (କଳା ଏବଂ ଆନନ୍ଦ) ବିଷୟରେ ଜ୍ଞାନ ଅନ୍ତର୍ଭୁକ୍ତ ହୋଇଥିଲା। ଦଶମ ଶତାବ୍ଦୀ ସୁଦ୍ଧା ଅଲୌକିକ ବିଜ୍ଞାନ (ତନ୍ତ୍ର)) ଏବଂ ରହସ୍ୟମୟ ଚିନ୍ତାଧାରାର ବର୍ଣ୍ଣନା (ସିଦ୍ଧଯୋଗ) ଉପରେ ଲେଖା ରହିଛି। ସେଗୁଡ଼ିକ କେବଳ ଶରୀର ଏବଂ ନିଃଶ୍ୱାସ ବିଷୟ ଉପରେ ଆଧାରିତ ନୁହେଁ, ବରଂ ବ୍ରହ୍ମାଣ୍ଡ ଶକ୍ତି ସହିତ ସଂଯୋଗ ଓ ତାହାର ନିୟନ୍ତ୍ରଣ ତଥା ପ୍ରକୃତି, ମହାକାଶ ଏବଂ ସମୟକୁ ନିୟନ୍ତ୍ରଣ କରିବା ବିଷୟ ସ୍ତରରେ ଉଲ୍ଲେଖ କରାଯାଇଥିଲା। ଏହା ଆଧ୍ୟାତ୍ମିକତା, ଯାଦୁ କିମ୍ବା ଅବିକଶିତ ବିଜ୍ଞାନ ଥିଲା କି? ଏ ଦୁଇଟିର କୌଣସି ପ୍ରମାଣ ନାହିଁ ବୋଲି ଆମେ ସବୁବେଳେ ଭାବୁ । କିନ୍ତୁ ଏହି ସମସ୍ତ ଜ୍ଞାନ ପ୍ରବନ୍ଧନ ଅତ୍ୟଧିକ ବ୍ରାହ୍ମଣୀୟ, ପୁରୋହିତମାନଙ୍କ ପାରମ୍ପରିକ ବିଦ୍ୟା ଥିଲା। ଏହା ସଂସ୍କୃତରେ ମୌଖିକ ଭାବରେ ପ୍ରସାରିତ ହୋଇଥିଲା ଏବଂ ପରେ ଲିଖିତ ଆକାରରେ ରଖାଯାଇଥିଲା। ଅଧିକାଂଶ ଭାରତୀୟ ଜ୍ଞାନ ଢ଼ାଞ୍ଚା ଉଲ୍ଲେଖ କରାଯାଇପାରି ନ ଥିଲା। ସେଥିପାଇଁ ସେଗୁଡ଼ିକ ଲୁପ୍ତ ହୋଇଯାଇଛି। ବୁଣାକାର, କୁମ୍ଭାର, ଧାତୁ କାରିଗର, କୃଷକ, ପଶୁପାଳକ, ବ୍ୟବସାୟୀ, କଂସେଇ ଆଦିର ବିଭିନ୍ନ ପ୍ରଯୁକ୍ତିବିଦ୍ୟା (ବିଦ୍ୟା)ର ସାମାନ୍ୟ ଲିଖିତ ପ୍ରମାଣ ରହିଛି। ଏହା ପାଇଁ ଆମେ ଜାତି ବ୍ୟବସ୍ଥାକୁ ଦାୟୀ କରିପାରିବା।
ଜାତି ବ୍ୟବସ୍ଥା ଯେତେବେଳେ ଜ୍ଞାନ ଢାଞ୍ଚାକୁ ଆସିଲା ସେତେବେଳେ ଏହାର ଏକ ଭଲ ଏବଂ ଖରାପ ଦିଗ ଥିଲା। ଜାତି ବ୍ୟବସ୍ଥାର ଭଲ ଦିଗଟି ହେଲା, ଏକ ସମ୍ପ୍ରଦାୟ ବା ଗୋଷ୍ଠୀ ଦ୍ୱାରା ଜ୍ଞାନକୁ ସୁରକ୍ଷିତ ରଖାଯାଇଥିଲା। କେବଳ ଏତିକି ନୁହେଁ ଏହି ଜ୍ଞାନକୁ ପିଢ଼ି଼ି ପରେ ପିଢ଼ି ବିସ୍ତାର କରାଯାଇଥିଲା ଏବଂ ସମୟକ୍ରମେ ତାହାକୁ ବିକଶିତ କରାଯାଇଥିଲା। ଜାତି ବ୍ୟବସ୍ଥାର ଖରାପ ଦିଗଟି ଥିଲା, ଏହାକୁ ପୃଥକ ଭାବରେ ରଖାଯାଇଥିଲା, ଯାହା ବାହାର ଲୋକଙ୍କ ପାଇଁ ଉପଲବ୍ଧ ନ ଥିଲା। ହେଲେ ଆଧୁନିକ ଜ୍ଞାନ ବ୍ୟବସ୍ଥାଗୁଡ଼ିକ ଖୋଲା ଉତ୍ସ ହେବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ସମସ୍ତେ ଜାଣିପାରିବେ ଓ ଏହାର ଭାଗୀଦାରି ହୋଇପାରିବେ। କେବଳ ପାଣ୍ଟେଣ୍ଟ ଆଇନ ଲାଗୁ ହେଲେ ଏହା କରାଯାଇପାରିବ ନାହିଁ।
ଏବେ ଭାରତୀୟ ଶିକ୍ଷାବିତ୍‌ମାନେ ଆମ ପିଲାମାନଙ୍କୁ ଭାରତୀୟ ଜ୍ଞାନ ବ୍ୟବସ୍ଥା ବିଷୟରେ ମନେ ପକାଇଦେବା ଉଚିତ ଓ ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ଏହା କରାଗଲେ ପିଲାମାନେ ସମସ୍ତ ଜ୍ଞାନ ପାଶ୍ଚାତ୍ୟ ଦେଶରୁ ଆସିଛି ବୋଲି ଅନୁଭବ କରିବେ ନାହିଁ। ଗଣିତ, ଗଣନା ଏବଂ ବିଜ୍ଞାନ ପରି କ୍ଷେତ୍ରରେ ସେମାନଙ୍କ ପୂର୍ବଜଙ୍କ ଅବଦାନ ବିଷୟରେ ପିଲାମାନଙ୍କୁ ସଚେତନ ଏବଂ ଗର୍ବିତ କରାଯିବା ଆବଶ୍ୟକ। କିନ୍ତୁ ଆମେ ସଚେତନ ହେବା ଉଚିତ ଏବଂ ଏହା ମଧ୍ୟ ସ୍ବୀକାର କରିବା ଦରକାର ଯେ, ସମସ୍ତ ଭାରତୀୟ ଜ୍ଞାନ କେବଳ ବ୍ରାହ୍ମଣମାନଙ୍କଠାରୁ ଆସିନାହିଁ। ବୌଦ୍ଧ, ଜୈନଙ୍କ ଅବଦାନ ଏବଂ ଭାରତର ଅନ୍ୟ ଜାତି ଏବଂ ସମ୍ପ୍ରଦାୟ ତଥା ଜନଜାତିର ଯୋଗଦାନ ଏଥିରେ ରହିଛି ବୋଲି ସ୍ବୀକାର କରିବାକୁ ହେବ। କେବଳ ସଂସ୍କୃତ ନୁହେଁ, ଭାରତରେ ସମସ୍ତ ଭାଷାରେ ଜ୍ଞାନ ବିଦ୍ୟମାନ। ଜାତୀୟତାବାଦୀ ହେବା ପାଇଁ ଆମର ଉତ୍ସୁକତାରେ ଆମେ ଛଦ୍ମ-ଇତିହାସ ଏବଂ ଛଦ୍ମ-ବିଜ୍ଞାନର ପ୍ରଲୋଭନରେ ପଡ଼ିବା ଉଚିତ ନୁହେଁ, ଯାହା ଆମକୁ ଦୁନିଆର ଉପହାସର ପାତ୍ର କରିଦେବ। କରିଦେବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri