ଭୁବନେଶ୍ୱର,୨୦।୧୦: ଦେଶର ଜଣାଶୁଣା ଫ୍ୟାଶନ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରିମିୟମ ବର୍ଗର ମହିଳା ପୋଷାକ ସାଙ୍ଗକୁ ଗହଣା ଡିଜାଇନର ସମ୍ଭାରକୁ ନେଇ ଏକ ଆକର୍ଷଣୀୟ ଷ୍ଟୋର ହାଉସ ‘ଇଭୋଲ୍ଭ ଫ୍ୟାଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଜେଏମ୍ଜି ଅଟୋମୋବାଇଲ ଗ୍ରୁପ୍ର ସହଯୋଗୀ ସଂସ୍ଥା ‘ଇଭୋଲ୍ଭ ଷ୍ଟୋର ’ ବୁଧବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ ଫେୟାର ରୋଡ୍ରେ ଅବସ୍ଥିତ ଏହି ଅତ୍ୟାଧୁନିକ ପ୍ରିମିୟମ ଷ୍ଟୋରକୁ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚତା ସାହୁ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହାର ସ୍ବତ୍ୱାଧିକାରୀ ସିଏ ସ୍ରିପା ଅଗ୍ରଓ୍ବାଲଙ୍କ ସମେତ ପ୍ରଦୀପ ଅଗ୍ରଓ୍ବାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ୧୮୦୦ ବର୍ଗଫୁଟର ଏହି ଅତ୍ୟାଧୁନିକ ଷ୍ଟୋରରେ ମହିଳା ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଥିବା ପାର୍ଟି, ବିଭାଘର ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପୋଷାକ ଉପଲବ୍ଧ। ବିଶେଷକରି ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକର ପ୍ରାରମ୍ଭିକ ମୂଲ୍ୟ ୫୦୦୦ ଟଙ୍କା ରହିଛି।