Categories: ଜାତୀୟ

ଭୋଟ ସହିତ ଲୋକଙ୍କୁ ନୋଟ୍‌ ମାଗୁଛନ୍ତି ପୂର୍ବତନ ଭାଜପା ନେତା, ଭାଇରାଲ ଭିଡ଼ିଓ ଦେଖନ୍ତୁ…

ଭୋପାଳ,୩୦।୧୦ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ଭାଜପା ସମସ୍ତ ୨୩୦ ଟି ଆସନ ପାଇଁ ପ୍ରାର୍ଥୀ ନିଶ୍ଚିତ କରିଛି। ତେବେ ବହୁ ଭାଜପା ନେତା ଅଛନ୍ତି ଯେଉଁମାନେ ଦଳରୁ ଟିକେଟ ନ ପାଇବା ପରେ ବିଦ୍ରୋହ କରିଛନ୍ତି। ସେମାନେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟରେ ଏଭଳି ଜଣେ ପୂର୍ବତନ ଭାଜପା ନେତା ଅଛନ୍ତି ଯିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରଚାର ସମୟରେ ଜନସାଧାରଣଙ୍କ ଠାରୁ ଭୋଟ ସହିତ ନୋଟ୍‌ ମଧ୍ୟ ମାଗୁଛନ୍ତି।

ଯେତେବେଳେ ଭାଜପା ଟିକେଟ ଦେଇ ନ ଥିଲା, ଅସନ୍ତୁଷ୍ଟ ନନ୍ଦରାମ କୁଶବାହ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ଶୁକ୍ରବାର ୪୬ ନିୱାରୀ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭୋଟ ପାଇବା ପାଇଁ ସେ ଏହି ଅଞ୍ଚଳରେ ବୁଲି ପ୍ରଚାର କରିବା ମଧ୍ୟ ଆରମ୍ଭ କରିଛନ୍ତି।

ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଭୋଟ ସହିତ ଜନସାଧାରଣଙ୍କ ଠାରୁ ନୋଟ ମାଗୁଥିବା ଦେଖାଯାଉଛି। କୌତୁହଳର ବିଷୟ ହେଉଛି ତାଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଜନସାଧାରଣ ନୋଟ ମଧ୍ୟ ଦେଉଛନ୍ତି।

ସେ କହିଛନ୍ତି ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ପର୍ଯ୍ୟନ୍ତ ଅର୍ଥର ବହୁତ ଆବଶ୍ୟକତା ରହିଛି। ମୁଁ ଜଣେ ଗରିବ ଚାଷୀଙ୍କ ପୁଅ ଏବଂ ମୋର ଟଙ୍କା ନାହିଁ, ଏହି କାରଣରୁ ମୁଁ ସମସ୍ତ ଲୋକଙ୍କଠାରୁ ଦାନ ମାଗୁଛି ଆଉ ଭୋଟ ମାଗୁଛି। ଟଙ୍କାର ଅଭାବ ଯୋଗୁ ମୁଁ ଲୋକଙ୍କୁ ନୋଟ୍‌ ମାଗୁଛି, ମୁଁ ଜାଣେ ଜନସାଧାରଣଙ୍କ ସମର୍ଥନରେ ମୁଁ ନିର୍ବାଚନ ଲଢୁଛି।

 

Share