ସୁସ୍ମିତାଙ୍କ ଜନ୍ମଦିନରେ ହୃଦୟ ଇମୋଜି ଦେଇ ଖାସ୍‌ ପୋଷ୍ଟ ଲେଖିଲେ ପୂର୍ବତନ ପ୍ରେମିକ

ବମ୍ବେ: ଆଜି ୪୭ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌। ଏହି ଖାସ୍‌ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ତାଙ୍କର ନିକଟତର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ପୂର୍ବତନ ପ୍ରେମିକ ରୋହମନ ଶଲ୍‌।

ରୋହମନ ନିଜର ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସୁସ୍ମିତାଙ୍କ ଏକ କଳାଧଳା ଫଟୋ ଶେୟାର କରିଛନ୍ତି। ଏଥିସହ ସେ ଲାଲ୍‌ ରଙ୍ଗର ହାର୍ଟ ଇମୋଜି ସହ ସେ ୪୭ ଲେଖିଛନ୍ତି। ସୁସ୍ମିତା ଉକ୍ତ ଫଟୋରେ ବେଶ ସୁନ୍ଦରୀ ଲାଗୁଛନ୍ତି।

ତେବେ ସୁସ୍ମିତାଙ୍କ ସହ ପ୍ରାୟ ଦୁଇ ବର୍ଷ ଧରି ରିଲେସନଶିପ୍‌ରେ ଥିଲେ ରୋହମନ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ଥିଲା। ହେଲେ ଏବେ ଉଭୟ ବାଟ ଅଲଗା କରିଛନ୍ତି। ମାତ୍ର ପରସ୍ପରର ଭଲ ବନ୍ଧୁ ଭାବେ ସାରା ଜୀବନ ରହିବାର ପ୍ରତିଶ୍ରୁତି ଦେଇଛନ୍ତି।

Share