ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଦୁଲାଲ ପ୍ରଧାନ। ଦୁଇ ଦିନ ପୂର୍ବରୁ ଟିକେଟ୍ ଅଦଳବଦଳ ହେବାରୁ କଂଗ୍ରେସ ଛାଡ଼ିଥିଲେ ଦୁଲାଲ।

ରବିବାର ଦୁଲାଲଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଟିକେଟ ବଦଳିବା ପରେ ଅସନ୍ତୁଷ୍ଟ ହୋଇ ଦୁଲାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଇସ୍ତଫାପତ୍ର ଦେଇଥିଲେ। ନଗେନ୍ଦ୍ର ପ୍ରଧାନ ପୂର୍ବରୁ ବିଜେଡିରେ ଥିଲେ। ବିଜେଡି ଟିକେଟ ନଦେବାରୁ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। ଏବେ କଂଗ୍ରେସ ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

Share