Categories: ଜାତୀୟ

‘ଗାନ୍ଧୀ ନେତୃତ୍ୱ କଂଗ୍ରେସ ପାଇଁ କାମ ଦେଉନି’

ନୂଆଦିଲ୍ଲୀ,୧୦।୩: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନିଶ୍ଚିତ ହୋଇସାରିଛି। ପ୍ରତ୍ୟେକ ରାଜ୍ୟରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି। ଏହି ଫଳାଫଳ ଦର୍ଶାଉଛି କଂଗ୍ରେସ ପାଇଁ ଗାନ୍ଧୀ ପରିବାର ନେତୃତ୍ୱ ଆଉ କାମ ଦେଉନି। ଏଭଳି କହି ଗାନ୍ଧୀ ପରିବାରକୁ ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱାନି କୁମାର। ଦୀର୍ଘ ୪୬ ବର୍ଷ ଧରି କଂଗ୍ରେସ ସହ ଯୋଡ଼ି ହୋଇ ରହିବା ପରେ ସେ ଗତ ବର୍ଷ ଦଳ ଛାଡ଼ି ଥିଲେ।

“ଗୋଟିଏ କଥା ପୂରା ସ୍ପଷ୍ଟ। ଗାନ୍ଧୀ ପରିବାର ନେତୃତ୍ୱ କଂଗ୍ରେସ ପାଇଁ ଆଉ କାମ ଦେଉ ନାହିଁ। ସେମାନେ ପୂର୍ବ ଭଳି ଆଉ ଶକ୍ତିଶାଳୀ ହୋଇ ନାହାନ୍ତି। ମୁଁ କଂଗ୍ରେସ ପାଇଁ ଦୁଃଖିତ। ନିର୍ବାଚନର ୩ରୁ ୪ ମାସ ପୂର୍ବରୁ ପଞ୍ଜାବରେ ଯେଉଁ ସର୍କସ ଚାଲିଥିଲା, ସେଭଳି ପୂର୍ବରୁ କଦାପି ଦେଖି ନ ଥିଲି” ବୋଲି ପୂର୍ବତନ ଆଇନ ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏଏପିଠାରୁ ପଞ୍ଜାବ ହାରିବା ପରେ କଂଗ୍ରେସ ଅନ୍ୟ ୩ ରାଜ୍ୟରେ ମଧ୍ୟ ପରାସ୍ତ ହୋଇଛି। କିନ୍ତୁ ଗୋଆ, ଉତ୍ତରାଖଣ୍ଡ ଓ ମନିପୁରରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

Share