ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ

ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା।
ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତ୍ୟାଖ୍ୟାନ କରିଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଟ୍ରୁଡୋଙ୍କ କାର୍ଯ୍ୟାଳୟ ଏନେଇ ବିବୃତ୍ତି ଜାରି କରିଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମିଡିଆ ରିପୋର୍ଟରେ ଭୁଲ ତଥ୍ୟ କିପରି ଭାଇରାଲ ହୋଇଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ଦୀପକ କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବା ଟ୍ରୁଡୋଙ୍କ ବିମାନ କୋକେନରେ ଭର୍ତ୍ତି ଥିଲା। ଟ୍ରୁଡୋ ଡ୍ରଗ୍ସ ସେବନ କରୁଥିବାରୁ ସେ ଜି-୨୦ର ରାତ୍ରୀଭୋଜନରେ ଯୋଗ ଦେଇ ନ ଥିଲେ। ଏଥିସହ ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କ ରୁମରୁ ବାହାରି ନ ଥିଲେ। ଜୁନ ମାସରେ କାନାଡାର ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ଟ୍ରୁଡୋ ଭେଟିଥିଲେ। ନିଜ୍ଜରଙ୍କ ହତ୍ୟାରେ ଟ୍ରୁଡୋଙ୍କର ବିସ୍ଫୋରକ ବୟାନ ଏକ ଭିତ୍ତିହୀନ ଅଭିଯୋଗ।

Share