ଅଡୁଆରେ କରନଙ୍କ ଧର୍ମା ପ୍ରଡକ୍ସନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ହେଲେ ଏପଟେ ଏହି ମାମଲା ସହ ଯୋଡି ହୋଇ ଯାଇଛି ଡ୍ରଗ୍ସ ମାମଲା । ଏହି ଡ୍ରଗ୍ସ ମାମଲରେ ବଲିଉଡ୍‌ର ବହୁ କଳାକାରଙ୍କ ନାଁ ବେଳକୁ ବେଳ ସାମ୍ନାକୁ ଆସିଛି । ଏହି କ୍ରମରେ ଶନିବାର ବଲିଉଡ୍ ନିର୍ଦ୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନର ପୂର୍ବତନ ନିର୍ଦ୍ଦେଶକ କ୍ଷିତିଜ ରବି ପ୍ରସାଦ ଅଡୁଆରେ ପଡି ଯାଇଛନ୍ତି । ଡ୍ରଗ୍ସ ମାମଲା ସହ ତାଙ୍କର ଲିଙ୍କ ଥିବାରୁ ଶନିବାର ତାଙ୍କୁ ପଚରା ଉଚରା ପରେ ଏନ୍‌ସିବି ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯାଞ୍ଚ ସମୟରେ କ୍ଷିତିଜଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା । ପ୍ରଥମେ ଏନ୍‌ସିବି ଅଧିକାରୀ ତାଙ୍କ ଘରେ ଯାଞ୍ଚ କରିବା ପରେ ପୁଣି ତାଙ୍କୁ ଗାଡିରେ ବସାଇ ତାଙ୍କ ଅଫିସକୁ ଆଣିଥିଲେ । ଏହାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଶୁକ୍ରବାର ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କୁ ମଧ୍ୟ ଏନ୍‌ସିବି ପଚରା ଉଚରା କରିଥିଲା । ଆଉ ଶନିବାର ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହୋଇଥିଲେ ନିଜେ ଦୀପିକା । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଏହାକୁ ବଲିଉଡ୍‌ର ନେପୋଟିଜମ ଦର୍ଶାଇ ଅଡୁଆ ଭିତରକୁ ଠେଲି ହୋଇ ଯାଇଛନ୍ତି ବଲିଉଡ୍ ନାୟିକା କଙ୍ଗନା ରାନାୱତ । ଏହି ପ୍ରିୟାପ୍ରିତି ପୋଷଣ ମାମଲାରେ କରନ ଜୋହରଙ୍କ ସମେତ ଆଉ କେତଜଣ ବିଶିଷ୍ଟ ବ୍ୟକ୍ତି ଯିଏକି ବଲିଉଡ୍ ସହ ଜଡିତ ସେମାନଙ୍କ ନାଁ ଉଠାଇଥିଲେ କଙ୍ଗନା । ଯାହା ଏବେ ଛିଡିବାର ନାଁ ନେଉନି ।

Share