ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ କମ୍ପାନୀରୁ ୩୨କୋଟି ଟଙ୍କା ଠକିଲେ ଫେସବୁକର ବରିଷ୍ଠ ଅଧିକାରୀ

ଓ୍ବାଶିଂଟନ୍‌,୧୬।୧୨: ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ ଅସାଧୁ ବ୍ୟବସାୟ, ନକଲି ଅଭିଯୋଗ ଓ ଲାଞ୍ଚ ମାଧ୍ୟମରେ କମ୍ପାନୀରୁ ୪ମିଲିୟନ(୩୨କୋଟି ଟଙ୍କା)ର ଠକେଇ କରିଥିବା ସ୍ବୀକାର କରିଛନ୍ତି। ଫେସବୁକରେ ଚାକିରି କରୁଥିବା ସମୟରେ ୨୦୧୭ରୁ ୨୦୨୧ମଧ୍ୟରେ ସେ ଏହିସବୁ ଟଙ୍କା ଠକେଇ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଜର୍ଜିଆ ଓ କାଲିଫର୍ନିଆରେ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସେ ଟଙ୍କା ନେଇ କମ୍ପାନୀରୁ ଫେରାର ହୋଇଯାଇଥିଲେ।
ତଦନ୍ତରେ ଜଣାପଡିଛି କି, ଫୁର୍ଲୋ ସ୍ମାଇଲ୍ସ କମ୍ପାନୀର ଏକ୍ସେପେନ୍ସ ଆକାଉଣ୍ଟ ସିଷ୍ଟମକୁ କବଜା କରି ସେଥିରେ ନିଜର କର୍ପୋରେଟ କ୍ରେଡିଟ କାର୍ଡ, ପେପାଲ, ଭେନମୋ ଓ କ୍ୟାସ ଆପ୍‌କୁ ଲିଙ୍କ୍‌ କରିଥିଲେ। ଯାହାଦ୍ୱାରା ସେ ନିର୍ଦ୍ଧିଷ୍ଟ ବ୍ୟକ୍ତି କିମ୍ବା ବ୍ୟବସାୟଙ୍କୁ ଟଙ୍କା ଦେଉଥିଲେ। ଏହିସବୁ ଟଙ୍କାକୁ ସେ ନିଜର ବ୍ୟକ୍ତିଗତ ଖର୍ଚ୍ଚ ଯଥା ହେୟାର ଷ୍ଟାଇଲ, ବେବି ସିଟର ଓ ପ୍ରି ସ୍କୁଲର ଟୁଇସନ ପାଇଁ ବ୍ୟବହାର କରୁଥିଲେ। ଗିରଫ ଫୁର୍ଲୋ ସ୍ମାଇଲ ବର୍ତ୍ତମାନ ନିଜ ଦୋଷ ସ୍ବୀକାର କରିଛନ୍ତି। ଏହି ମାମଲାର ଶୁଣାଣି ୨୦୨୪ ମାର୍ଚ୍ଚ ୧୯ରେ ହେବା ନେଇ ଧାର୍ଯ୍ୟ ହୋଇଛି।

Share