ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ବର୍ଷେ ଜେଲ

ପ୍ୟାରିସ,୧।୩ : ଦୁର୍ନୀତି ଓ ପେଡଲିଂ ଅଭିଯୋଗରେ ଏକ ଫ୍ରେଞ୍ଚ କୋର୍ଟରେ ସୋମବାର ଦୋଷି ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି। ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି, ଯେଉଁଥିରୁ ଦୁଇ ବର୍ଷ ବାତିଲ କରି ଦିଆଯାଇଛି। ତାଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ଚାଲିଥିବା ତଦନ୍ତର ଭିତରି ତଥ୍ୟ ବଦଳରେ ଜଣେ ବିଚାରପତିଙ୍କୁ ମୋନାକୋରେ ସିନିୟର ପଦ ଲାଗି ପ୍ରସ୍ତାବ ଦେଇଥିଲେ ସାର୍କୋଜି।

ତେବେ ଜେଲ ଦଣ୍ଡାଦେଶର ଦୁଇ ବର୍ଷ ବାତିଲ କରି ଦିଆଯାଇଥିବାରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ କାରଗାର ଯିବାକୁ ପଡ଼ିବ ନାହିଁ। କାରଣ ସାଧାରଣତଃ ଫ୍ରାନ୍ସରେ ଦୁଇ ବର୍ଷ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଜେଲ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯାଏ।

Share