ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ସହ କ୍ଷମା ମାଗିବାଗୁ ଚାହୁଁଛନ୍ତି ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି

ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସୋମି ଅଲି କହିଛନ୍ତି ଯେ ସେ ଜେଲ ଯାଇ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ମଧ୍ୟ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛନ୍ତି।

ସୋମି ଅଲି କହିଛନ୍ତି- ସଲମାନ ଖାନ କଳା ହରିଣ ଶିକାର କରିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପୂଜା କରନ୍ତି ଏବଂ ଏହାକୁ ଏକ ଦେବତା ପରି ବିବେଚନା କରନ୍ତି। ମୁଁ ନିଶ୍ଚିତ ଭାବରେ କହିପାରେ ଯେ ସଲମାନ ଏ ବିଷୟରେ ଜାଣି ନଥିଲେ। ମୁଁ ଏହା ଜାଣେ କାରଣ ଅଭିନେତା ଯୋଧପୁରରୁ ଫେରିବା ପରେ ସେ ମୋତେ ଏହା ବିଷୟରେ କହିଥିଲେ। ମୁଁ ସେତେବେଳେ ତାଙ୍କ ସହ ସମ୍ପର୍କ ରଖିଥିଲି। ସୋମି ଆହୁରି କହିଛନ୍ତି- ଯଦି ସେ ଜାଣିଶୁଣି ଭୁଲ କରିଛନ୍ତି, ତେବେ ସଲମାନ ଖାନ କେବଳ ସେହି ଅଞ୍ଚଳରେ ଶିକାର କରିଛନ୍ତି କି? ଅନ୍ୟ ଲୋକମାନେ କ’ଣ କରନ୍ତି ନାହିଁ? ମୁଁ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛି। ସଲମାନ ଖାନ ପଶୁ ଏବଂ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଥରେ ଆହତ ବିଲେଇଙ୍କୁ ମୋ ସାମ୍ନାରେ ଚିକିତ୍ସା କରିଥିଲେ। ସଲମାନଙ୍କୁ ହତ୍ୟା କରିବା ପରେ କ’ଣ ସେହି ମ୍ୟତ ହରିଣକୁ ଫେରାଇ ଆଣିବ ହେବ କି ବୋଲି ସୋରି ପ୍ରଶ୍ନ କରିଛନ୍ତି। ଏହା କି ପ୍ରକାର ଲଜିକ ବା ତର୍କ ବୋଲି ସେ କହିଛନ୍ତି।
ଏହା ବ୍ୟତୀତ ସୋମି କହିଛନ୍ତି ଯେ ସେ ସଲମାନ ଖାନଙ୍କ ସହ ଆଦୌ କଥା ହେବାକୁ ଚାହାଁନ୍ତି ନାହିଁ। ସଲମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ଲେଣ ଦେଣ ନାହିଁ। ସୋମି କହିଛନ୍ତି ଯେ ମୁଁ ୧୭ବର୍ଷ ଧରି ଝିଅ ଏବଂ ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରୁଛି। ମୁଁ ହିଂସା ବିରୁଦ୍ଧରେ ଅଛି।
ସୂଚନାଯୋଗ୍ୟ, ସୋମି ଅଲି ପ୍ରଥମେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେ ସେ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ସେ ଜୁମ କଲ ମାଧ୍ୟମରେ ଲରେନ୍ସଙ୍କ ସହ କଥା ହେବାକୁ ଚାହାଁନ୍ତି। ତେବେ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ।
ଏହି ସମୟରେ ବିଷ୍ଣୋଇ ସମାଜର ସଭାପତି ଦେବେନ୍ଦ୍ର ବିଷ୍ଣୋଇ କହିଛନ୍ତି – ମିଥ୍ୟା କହି କେହି ରକ୍ଷା ପାଇପାରିବେ ନାହିଁ। ତାଙ୍କର ପୁରା ପରିବାର ମିଛ କହୁଛନ୍ତି। ସଲମାନ ବର୍ତ୍ତମାନ କ୍ଷମା ପାଇବେ ନାହିଁ । ଆମେ ଗଛ ଏବଂ ବନ୍ୟଜନ୍ତୁ ପାଇଁ ଶହୀଦ ହେଉଛୁ। କୋର୍ଟ ନିଜେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମି ଅଲିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ।

Share