ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋମି ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସଲମାନ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ଏବଂ କିଛି ସମୟ ପରେ ତାଙ୍କ ପୋଷ୍ଟ ଡିଲିଟ କରିଥିଲେ। କେବଳ ଏତିକି ନୁହେଁ, ସୋଲି ସଲମାନଙ୍କୁ ସମର୍ଥନ କରୁଥିବା ଅଭିନେତ୍ରୀମାନଙ୍କ ଉପରେ ମଧ୍ୟ ବର୍ଷିଥିଲେ।

ସୋମି ସଲମାନଙ୍କ ସହ ନିଜର ଏକ ପୁରୁଣା ଫଟୋ ଶେୟାର କରିଥିଲେ। ଯେଉଁଥିରେ ଅଭିନେତା ତାଙ୍କୁ ଗୋଲାପ ଦେଉଥିବାର ଦେଖିବାକୁ ମିଳିଥିଲା। ଫଟୋ ଶେୟାର କରି ସୋମି ଲେଖିଛନ୍ତି, ଏବେ ବହୁତ କିଛି ଘଟିବ। ମୋର ଶୋ’କୁ ଭାରତରେ ନିଷେଧ କରାଯାଇଥିଲା ଏବଂ ପରେ ଓକିଲମାନେ ମୋତେ ଧମକ ଦେଇଥିଲେ। ତୁମେ ଜଣେ ଭୟାଳୁ। ମୋତେ ସୁରକ୍ଷା ଦେବା ପାଇଁ ୫୦ ଓକିଲ ଠିଆ ହେବେ। ଯିଏ ମୋତେ ସିଗାରେଟ ଜଳାଇବା ଏବଂ ଶାରୀରିକ ନିର୍ଯାତନାରୁ ରକ୍ଷା କରିବେ ଯାହା ତୁମେ ବର୍ଷ ବର୍ଷ ଧରି କରିଛ ।

ଆହୁରି ମଧ୍ୟ ସୋମି କିଛି ଅଭିନେତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ସେହି ସମସ୍ତ ଅଭିନେତ୍ରୀଙ୍କ ପାଇଁ ଲଜ୍ଜା, ଯେଉଁମାନେ ମହିଳାଙ୍କୁ ଆକ୍ରମଣ କରୁଥିବା ପୁରୁଷଙ୍କୁ ସମର୍ଥନ କରୁଛନ୍ତି। ଏହାକୁ ସମର୍ଥନ କରୁଥିବା ଅଭିନେତାମାନଙ୍କ ପାଇଁ ଲଜ୍ଜା। ଏବେ ସେ ଏବଂ ପ୍ରେମର ଲଢ଼େଇ। ସୋମିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଥିଲା। କିଛି ସମୟ ପରେ ଅଭିନେତ୍ରୀ ଏହାକୁ ଡିଲିଟ୍‌ କରିଦେଇଥିଲେ।

Share