ଆଇଏସଆଇର ପୂର୍ବତନ ମୁଖ୍ୟ ନେଲେ ସ୍ବେଚ୍ଛାକୃତ ଅବସର, ସେନାମୁଖ୍ୟ ନିଯୁକ୍ତି ନେଇ ଅସନ୍ତୁଷ୍ଟ…

ଇସଲାମାବାଦ,୨୯।୧୧ : ଆଇଏସଆଇର ପୂର୍ବତନ ମୁଖ୍ୟ ତଥା ପାକିସ୍ତାନର ଜଣେ ବରିଷ୍ଠ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ ମଙ୍ଗଳବାର ତାଙ୍କ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଶୀଘ୍ର ଅବସର ନେବେ। ହମିଦଙ୍କ ଏହି ନିଷ୍ପତ୍ତି ପଛରେ ତାଙ୍କର ଅସନ୍ତୋଷ କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇ ନ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି।

ବାହାଓ୍ବଲପୁର କର୍ପସ କମାଣ୍ଡର ୍‌ହମିଦ ଦେଶର ସେନା ମୁଖ୍ୟ ଭାବରେ ମନୋନୀତ ନହେବା ପରେ ଶୀଘ୍ର ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଡନ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ଜେନେରାଲ ହମିଦ ତାଙ୍କ ଇସ୍ତଫାକୁ ହାଇ କମାଣ୍ଡଙ୍କ ପାଖକୁ ପଠାଇଛନ୍ତି। ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ଇସ୍ତଫ ଅଧିକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଛି।

Share