ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି। ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସକୋନି ତାଙ୍କ ୩୩ ବର୍ଷିୟା ଗର୍ଲଫ୍ରେଣ୍ଡ ନାଁରେ ୯୦୦ କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି। ବର୍ଲସକୋନି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମାର୍ଟା ଫାସିନୋଙ୍କ ମଧ୍ୟରେ ୨୦୨୦ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିବା ବର୍ଲସକୋନି କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି। ଯଦିଓ ବର୍ଲସକୋନି ଏବଂ ମାର୍ଟା ବିବାହ କରି ନ ଥିଲେ, କିନ୍ତୁ ମୃତ୍ୟୁ ପୂର୍ବରୁ ସେ ମାର୍ଟାଙ୍କୁ ତାଙ୍କ ସ୍ତ୍ରୀ ବୋଲି କହିଥିଲେ। ମାର୍ଟା ଇଟାଲୀ ସଂସଦର ଲୋୟର ଚାମ୍ବରର ସଦସ୍ୟ ଅଟନ୍ତି।

Share