Categories: ଜାତୀୟ

କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ନିର୍ବାଚନ ପୂର୍ବରୁ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ,୧୨।୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।

ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ମୁଁ ୧୨/୦୨/୨୦୨୪ ଦିନ ମଧ୍ୟାହ୍ନରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ମୋର ଇସ୍ତଫା ଦେଉଛି।

ଚୋୖହ୍ୱାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅପେକ୍ଷା କରିବେ ଏବଂ କ’ଣ ହେବ ଦେଖିବା ପାଇଁ କହିଛନ୍ତି।

“ମୁଁ ଗଣମାଧ୍ୟମରୁ ଅଶୋକ ଚୋୖହ୍ୱାନଙ୍କ ବିଷୟରେ ଶୁଣିଥିଲି। ମାତ୍ର ବର୍ତ୍ତମାନ ମୁଁ କେବଳ କହିପାରିବି ଯେ କଂଗ୍ରେସର ଅନେକ ଭଲ ନେତା ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଜନତାଙ୍କ ସହ ଜଡିତ ସେହି ନେତାମାନେ କଂଗ୍ରେସରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ମୁଁ ନିଶ୍ଚିତ ଯେ କିଛି ବଡ ଚେହେରା କଂଗ୍ରେସ ଚଡି ଭଜାପରେ ଯୋଗଦେବେ। (ଅପେକ୍ଷା କରନ୍ତୁ ଏବଂ ଆଗାମୀ ଦିନରେ କଣ ହେବ ଦେଖନ୍ତୁ) “ବୋଲି ସେ କହିଛନ୍ତି।

Share