ଦିନେ କାମ କରୁଥିଲେ ମାକ୍‌ଡୋନାଲ୍ଡରେ ଏବେ ମୁକେଶ ଅମ୍ବାନୀଙ୍କଠୁ ଧନୀ

ଓ୍ବାଶିଂଟନ୍‌, ୧୦ା୧: ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟ କମ୍ପାନୀ ମାକ୍‌ଡୋନାଲ୍ଡର ପୂର୍ବତନ କର୍ମଚାରୀ ତଥା ସଫ୍ଟଓ୍ବେର ଡେଭେଲପର ଚାଙ୍ଗପେଙ୍ଗ୍‌ ଝାଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ, ଚାଙ୍ଗପେଙ୍ଗ୍‌ଙ୍କ ସମ୍ପତ୍ତି ପ୍ରାୟ ୯୬ ବିଲିୟନ ଡଲାର (ପ୍ରାୟ ୭୧,୧୫,୮୩,୨୦,୦୦,୦୦୦ ଟଙ୍କା)। ୪୪ ବର୍ଷୀୟ ଚାଙ୍ଗପେଙ୍ଗ ଜଣେ ବଡ଼ କ୍ରିପ୍ଟୋକରେନ୍ସି ନିବେଶକ। ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ଏବଂ ଗୁଗୁଲ ପ୍ରତିଷ୍ଠାତା ଲ୍ୟାରି ପେଜ୍‌ ଓ ସର୍ଗି ବ୍ରିନ୍‌ଙ୍କଠାରୁ ମଧ୍ୟ ଚାଙ୍ଗପେଙ୍ଗ୍‌ଙ୍କ ସମ୍ପତ୍ତି ଅଧିକ। ତାଙ୍କ କ୍ରିପ୍ଟୋ ହୋଲ୍ଡିଂକୁ ଏହି ତାଲିକାରେ ଅନ୍ତର୍ଭୂକ୍ତ କରାଯାଇ ନ ଥିବାରୁ ତାଙ୍କ ନେଟ୍‌ ସମ୍ପତ୍ତି ୯୬ ବିଲିୟନ ଡଲାରରୁ ଅଧିକ ହୋଇପାରେ ବୋଲି ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି। ସେ ପ୍ରତିଷ୍ଠା କରିଥିବା କ୍ରିପ୍ଟୋକରେନ୍ସି କମ୍ପାନୀ ବିନାନ୍ସ କଏନ୍‌ ଗତ ବର୍ଷ ୧୩୦୦ ପ୍ରତିଶତ ବୃଦ୍ଧି ପାଇଥିଲା।

Share