ଚଣ୍ଡିଗଡ,୨୨।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ଜାରି ରହିଛି। ଏହି ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ପୁଣି ବିବାଦ ଘେରକୁ ଆସିଛନ୍ତି। ଭାରତ ଯୋଡୋ ଯାତ୍ରା ଚାଲିଥିବା ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଅଲଓ୍ବର ରାହୁଲ ଗାନ୍ଧୀଙ୍କ ଜୋତା ବାନ୍ଧୁଥିବା ଅଭିଯୋଗ ହୋଇଛି। ଏନେଇ ଭାଜପା ନେତା ଅମିତ ମାଲବ୍ୟ ଏକ ଭିଡିଓ କ୍ଲିପ ଶେୟାର କରି କହିଛନ୍ତି, ରାହୁଲ ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଜୋତା ବାନ୍ଧୁଛନ୍ତି। ସେପଟେ ଜିତେନ୍ଦ୍ର ସିଂ ଭାଜପାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନୁହେଁ ବରଂ ନିଜ ଜୋତା ବାନ୍ଧୁଥିବା କହିଛନ୍ତି। କେବଳ ଏତିକି ନୁହେଁ, ସେ ଅମିତ ମାଲବ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି।
ଅମିତ ମାଲବ୍ୟ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତାଙ୍କ ସହ ବୁଲୁଥିବାର ଦେଖାଯାଇଛି। ୨୦ ସେକେଣ୍ଡର କ୍ଲିପ୍ରେ ରାହୁଲ ଗାନ୍ଧୀ ଜିତେନ୍ଦ୍ର ସିଂ ପିଠି ଥାପୁଡାଇ ଗୋଡ ଆଡକୁ ଇସାରା କରିଥିଲେ। ଏହା ପରେ ଜିତେନ୍ଦ୍ର ଜୋତା ବାନ୍ଧିବା ପାଇଁ ନଇଁ ପଡ଼ିଥିବା ଦେଖାଯାଇଛି।
Former union minister Bhanwar Jitendra Singh goes down on his knee to tie Rahul Gandhi’s shoe lace. The arrogant entitled brat instead of helping himself is seen patting his back…
इसी परिपाटी की बात कर रहे थे खड़गे जी? कांग्रेस में पिद्दियों की कमी नहीं है। pic.twitter.com/FtHCCwNTwu
— Amit Malviya (@amitmalviya) December 21, 2022
As incharge of ruling BJP’s National Info Dept your tweet is a complete lie and defamatory.
The fact is that after being pointed out by Rahul ji upon my request he paused briefly so that I could tie my own shoe laces.
Delete the tweet and apologise to RG or face legal action https://t.co/HDXVii09bg
— Jitendra Singh Alwar (@JitendraSAlwar) December 21, 2022