କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ବହୁ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି। ଷୋଡ଼ଶ ବିଧାନସଭା ଭାଙ୍ଗିବାର ୩ ମାସ ପୂରଣ ହେବା ସତ୍ତ୍ୱେ ମଧ୍ୟ କ୍ୱାର୍ଟର୍ସ ଖାଲି କରିବାକୁ ଆଗ ପଛ ହେଉଛନ୍ତି ବିଭିନ୍ନ ଦଳର ୨୭ ଜଣ ନେତା। ଏହା ଭିତରେ ଅଧିକାଂଶ ବିଜେଡି ନେତା ରହିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ରୀତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା ରହିଛନ୍ତି। ନିୟମାନୁଯାୟୀ, ବିଧାନସଭା ଭଙ୍ଗହେବାର ୧୫ ଦିନରୁ ମାସେ ଭିତରେ ପୂର୍ବତନ ବିଧାୟକମାନେ ସେମାନେ ରଖିଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୱାର୍ଟର୍ସ ଖାଲି କରି ନ ଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି ହୋଇଛି। ଏପରିକି କ୍ୱାର୍ଟର୍ସକୁ ଯାଇ ତୁରନ୍ତ ଖାଲି କରିବାକୁ ରେଣ୍ଟ ଅଫିସର ଓ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କହିସାରିଲେଣି। କ୍ୱାର୍ଟର୍ସ ଖାଲି ହେଉ ନ ଥିବାରୁ ପାଖାପାଖି ୬୦ ବିଧାୟକ ଓ ମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିପାରେ ୫ ଲକ୍ଷ କୋଟି ଟଙ୍କାର ନିବେଶ, ମନ୍ତ୍ରୀଙ୍କ ଦୃଢୋକ୍ତି

ଭୁବନେଶ୍ୱର,୨୧।୧୧: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ସଚିବ ମନୋଜ ଅହୁଜାଙ୍କ ସହ ଗୁରୁବାର ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ଫେରିଛନ୍ତି। ଏହି ସମୟରେ ଖବରଦାତାଙ୍କ...

କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ...

ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର,୨୧।୧୧: ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତ: ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୧।୧୧: ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି...

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲା: ଜେଲ ଗଲେ ୧୦ ଅଭିଯୁକ୍ତ

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ୧୦ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ...

୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର,୨୧ା୧୧: ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟର ଅତିରିକ୍ତ...

ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୧ା୧୧: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌...

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍‌ଙ୍କଠାରୁ ଆରମ୍ଭ କରି ଓକିଲ ବି…

କଟକ,୨୧ା୧୧: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri