କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ: କଂଗ୍ରେସକୁ ଶକ୍ତ ଝଟ୍‌କା

ଭୁବନେଶ୍ୱର,୧୪।୨: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣନୀତି ପ୍ରସ୍ତୁତ କଲାବେଳକୁ ଜଣେ ଜଣେ ନେତାଙ୍କ ଦଳ ଛାଡ଼ିବା ଶକ୍ତ ଝଟ୍‌କା ଦେଉଛି। କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଝାଡ଼ିଛନ୍ତି। ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ସେ ରାଜନଗରର ବିଧାୟକ ଥିଲେ ।

Share