ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର, ୩।୪: ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବୁଧବାର ସେ ଶଙ୍ଖ ଧରିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ଭାଜପାରୁ ଇସ୍ତଫା ଦେଇଥିଲେ ।

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଭାଜପାରେ ପ୍ରକାଶ ମିଶିଥିଲେ। ଆଉ ସେହି ବର୍ଷ ଭାଜପା ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ୨୦୧୪ରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ।

Share