୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ବିଜେଡିରୁ ଇସ୍ତଫାକୁ ନେଇ ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ଅଲୋଡା ପାଲଟିବାରୁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହାକୁ ନେଇ ପ୍ରମୁଖମାନଙ୍କୁ ଜଣାଇଥିଲି। ଆଉ ଆଜି ଇସ୍ତଫା ଦେଇଛି। ମୋତେ ଦଳରେ ଦାୟିତ୍ୱ ଏବଂ ସୁଯୋଗ ମିଳୁନଥିଲା। ଦଳ ୨୦୧୯ରେ ପ୍ରତିଶ୍ରୁତି ଦେଇଥିଲା,ହେଲେ ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି। ନିର୍ବାଚନ ଲଢିବି ବୋଲି ଆଗରୁ କହିଛି, ଆଉ ଲଢିବି ମଧ୍ୟ। ଦଳ ସହ ପ୍ରଥମରୁ ଯେଉଁମାନେ ଅଛନ୍ତି, ସେମାନେ ଅଲୋଡା ବୋଲି ପ୍ରିୟଦର୍ଶୀ କହିଛନ୍ତି।

Share