ଇସ୍ତଫା ଦେଲେ ବିଜେଡିର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡିଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ। ଉତ୍ତର ଭୁବନେଶ୍ୱରରୁ ଟିକେଟ ପାଇଁ ପ୍ରିୟଦର୍ଶୀ ଆଶାୟୀ ଥିଲେ। ଇସ୍ତଫା ପରେ ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳ ମୋତେ ଅଣଦେଖା କରୁଥିଲା। ଏନେଇ ଦଳ ଛାଡିବାକୁ ନେଇ ଆଗରୁ ଦଳର ପ୍ରମୁଖମାନଙ୍କୁ ଜଣାଇଥିଲି। ୫ ବର୍ଷ ହେଲା କୌଣସି କାର୍ଯ୍ୟରେ ମୋତେ ଡାକୁନଥିଲେ। ଯାହା ଯୋଗୁ ସେ ଦଳ ଛାଡିଥିବା କହିଛନ୍ତି।

Share