ପୂର୍ବତନ ଏମ୍‌ପିଙ୍କୁ ହତ୍ୟା, ଭାଇ ଗୁରୁତର

କାବୁଲ,୧୫।୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୂର୍ବତନ ଏମ୍‌ପି ମୁର୍ସାଲ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାରେ ମୁର୍ସାଲଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଣେ ଦେହରକ୍ଷୀଙ୍କ ମୃତ୍ୟୁ ଘଟିଛି। କାବୁଲସ୍ଥିତ ତାଙ୍କ ବାସଭବନରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜାଦ୍ରାନ କହିଛନ୍ତି। ୨୦୨୧ ଅଗଷ୍ଟରେ କଠୋରପନ୍ଥୀ ତାଲିବାନ କାବୁଲ ଦଖଲ କରିବା ପରେ ମୃତ୍ୟୁ ଭୟରେ ବହୁ ନେତା ଦେଶ ଛାଡ଼ି ବିଦେଶ ପଳାୟନ କରିଥିଲେ। କିନ୍ତୁ ମୁର୍ସାଲ ଆଫଗାନିସ୍ତାନରେ ରହିବା ଲାଗି ନିଷ୍ପତ୍ତି ନେଇଥିଲେ। ୨୦୧୮ରେ ସେ ନଙ୍ଗରହାରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

Share