କେସିଙ୍ଗା,୨୪।୭(ଡି.ଏନ୍.ଏ.): କଳାହାଣ୍ଡିର ପୂର୍ବତନ ଏମ୍ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ ବାସଭବନ ଥିବା ବେଳେ ସେ ସକାଳେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶ ଯେ, ୧୯୪୭ ଅଗଷ୍ଟ ୧୫ ତାରିଖରେ ଜନି୍ମିତ ସୁବାସ ୧୯୯୧ରେ କଂଗ୍ରେସ ଟିକେଟ୍ରେ କଳାହାଣ୍ଡି ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡି ଓ ଭାଜପାରେ ମଧ୍ୟ ଯୋଗ ଦେଇଥିଲେ।