Categories: ଜାତୀୟ

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି ।

ଅନ୍ୟପକ୍ଷେ ସୋମବାର ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ ଦର୍ଶାଇଥିଲେ ଯେ, ପରମବୀରଙ୍କ ଜୀବନ ପ୍ରତି ବିପଦ ରହିଛି। ୪୮ ଘଣ୍ଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ଓକିଲଙ୍କ ଏହି ଯୁକ୍ତି ପରେ କୋର୍ଟ ମାମଲାର ଯାଞ୍ଚରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share