ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ

କଟକ ଅଫିସ,୩୦ା୭: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ କରିଛି ଇଡି। କଟକର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଏବଂ ନୋଏଡାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ୍‌ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅଣ ବ୍ୟାଙ୍କିଂ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଏହି ସମ୍ପତ୍ତି ଜବତ କରାଯାଇଥିବା ଇଡି କହିଛି। ରିଜର୍ଭ ବ୍ୟାଙ୍କ ଓ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ବିନା ଅନୁମତିରେ ସଂସ୍ଥା ଖୋଲି ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଥିଲା।

Share