ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା: ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ…

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁ ଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା।ଏହି ଘଟଣାରେ ବର୍ତ୍ତମାନ ସୁଧା ପୋଲିସ କେସନଂ ୨୩୪/୨୪ ରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମାନେ ହେଲେ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଯେନା। ନାରାୟଣ ହତ୍ୟାକାଣ୍ଡ ଭିଆଇବା ପରେ ସୁରଟ ଚାଲିଯାଇ ସେଠାରେ ଏକ ସୁତାକଳରେ କାର୍ଯ୍ୟ କରୁଥିଲେ। ସେତିକିବେଳେ ସୁରଟ କ୍ରାଇମ ବ୍ରାଞ୍ଚ ପୋଲିସ ଆଧାରରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିବା ନେଇ ସେଠିକାର ଗଣମାଧ୍ୟମରୁ ଜଣାପଡିଛି। ସୁରଟ ପୋଲିସ ନାରାୟଣଙ୍କୁ ଗିରଫ କରି ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଥିଲା।| । ପରେ ପୁରୁଷୋତ୍ତମପୁର ପୋଲିସ ଶୁକ୍ରବାର କୋର୍ଟଚାଲାଣ କରିଥିଲା।
ସେହିପରି ଗତ ଅଗଷ୍ଟ ୧ ତାରିଖରେ ଅରଖ ପୁରର ଟୁକୁନା ନାହାକ ଓ ଅଗଷ୍ଟ ୧୯ ତାରିଖରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିକୁଳାର ସନା ଓରଫ ସନାତନ ପ୍ରଧାନ ନାମକ ଯୁବକଙ୍କୁ ଗିରଫକରି ପୁରୁଷୋତ୍ତମପୁର କୋର୍ଟକୁ ଚାଲାଣ କରାଯାଇଥିଲା । ଫଳରେ ଏହି ହତ୍ୟାକଣ୍ଡର ଗିରଫ ସଂଖ୍ୟା ୩ରେ ପହଁଚିଥିବା ବେଳେ ଏଥିରେ ସମ୍ପୃକ୍ତ ଆହୁରି କିଛି ଯୁବକ ଏଯାବତ୍‌ ଫେରାର ରହିଛନ୍ତି । ସେମାନଙ୍କ ଟେର ଏଯାଏ ପାଇପାରିନାହିଁ ପୋଲିସ ।


Enter your email to get our daily news in your inbox.

All Right Reserved By Dharitri.Com

୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ

ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ...

ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି...

ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା

ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ...

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri