ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଛୁରି ଭୁସି ହତ୍ୟା ଘଟଣା: ୪ ମାସ ପରେ ଜଣେ ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧।୮( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦୀନି ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ନିର୍ମମ ଭାବେ ଛୁରିରେ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଟୁକୁନା ନାହାକ (୨୮)ଙ୍କୁ ଚାରିମାସ ପରେ ପୋଲିସ ବୁଧବାର ରାତ୍ରରେ ଗିରଫ କରିଛି।
ଘଟଣା ପରଠାରୁ ସମସ୍ତ ଅଭିଯୁକ୍ତ ଫେରାର ରହିଥିବାବେଳେ ଟୁକୁନା ଗ୍ରାମକୁ ଫେରିଥିବାର ଖବରପାଇ ପୋଲିସ ବିଳମ୍ବିତ ରାତ୍ରରେ ତାଙ୍କ ଘରଉପରେ ଚଢାଉ କରିଥିିଲେ। ମାତ୍ର ଏହିସମୟରେ ସେ ପୋଲିସକୁ ଚକମା ଦେଖାଇ ଅନ୍ଧାର ରାତ୍ରର ସୁଯୋଗ ନେଇ ଘରବାରିପଟେ ଦୌଡି ଚମ୍ପଟ ମାରିବାବେଳେ ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ କାବୁକରି ଥାନାକୁ ଆଣି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ମାତ୍ର ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରାଯାଇନାହିଁ। ସେମାନଙ୍କୁ ଗିରଫ କରିବାଲାଗି ପୋଲିସ ପକ୍ଷରୁ ଚଢାଉ ଜାରିରହିଥିବାର ଏସଆଇ ଆଦିତ୍ୟନାରାୟଣ ପାତ୍ର କହିବା ସହ ଗିରଫ ଟୁକୁନାକୁ ଜେରା ବେଳେ ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବାର ସ୍ବୀକାର କରିଛି। ଏପରିକି ସେ ଗୁଜରାଟର ସୁରଟକୁ ଚୋରାଗଞ୍ଜେଇ ଚାଲାଣ କରିବାରେ ଲିପ୍ତ ରହିଥିବାର ଜଣାପଡିଥିବାବେଳେ ତାର ନାମରେ କେଉଁଠାରେ କ’ଣ କେସ ରହିଛି ସେଥିନେଇ ଅନୁସନ୍ଧାନ ଚାଲିଥିବାର ଏସଆଇ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri