କାଠମାଣ୍ଡ,୨୧ା୫: ଦୁଇ ଗୋଡ଼ ହରାଇଥିବା ପୂର୍ବତନ ବ୍ରିଟିଶ୍ ଗୁର୍ଖା ସୈନ୍ୟ ବିଶ୍ୱର ସବୁଠୁ ବଡ଼ ଗିରିଶୃଙ୍ଗ ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି। ୪୩ ବର୍ଷୀୟ ହରି ବୁଧମଗର କୃତ୍ରିମ ଗୋଡ଼ରେ ମାଉଣ୍ଟ ଏଭରେଷ୍ଟର ୮୮୪୮.୮୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଦୁଇଗୋଡ଼ ହରାଇ ଏଭରେଷ୍ଟ ଆରୋହଣ କରିବାରେ ହରି ହେଉଛନ୍ତି ପ୍ରଥମ ବ୍ୟକ୍ତି। ୨୦୧୦ରେ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଆଫଗାନିସ୍ତାନରେ ଲଢ଼ୁଥିବାବେଳେ ହରି ତାଙ୍କ ଦୁଇଗୋଡ଼ ହରାଇଥିଲେ।