ଶିକ୍ଷକଙ୍କୁ ୧୦୧ ଥର ଛୁରା ମାଡ଼ କଲେ ପୂର୍ବତନ ଛାତ୍ର

ବ୍ରୁସେଲ୍ସ(ବେଲଜିୟମ),୧୮।୩: ଜଣେ ୩୭ ବର୍ଷୀୟ ବ୍ୟକ୍ତି ପ୍ରାଇମେରି ସ୍କୁଲରେ ଥିଲା ବେଳେ ତାଙ୍କ ଶିକ୍ଷକ ଦ୍ୱାରା ଅପମାନିତ ହୋଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ୩ ଦଶନ୍ଧୀ ପରେ ୨୦୨୦ରେ ଶିକ୍ଷକଙ୍କୁ ୧୦୧ ଥର ଛୁରା ମାରି ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

ପ୍ରାରମ୍ଭିକ ୧୯୯୦ରେ କ୍ଲାସରୁମ୍‌ରେ ଶିକ୍ଷକ ମାରିଆ ଭରଲିନଡେନ ସେତେବେଳେ ୭ ବର୍ଷର ଛାତ୍ରଙ୍କୁ ଅପମାନ ଦେଇଥିଲେ। ଏହି ଘଟଣା ତାଙ୍କୁ ମାନସିକ ଆଘାତ ଦେଇଥିଲା। ଏଥିରୁ ସେ କଦାପି ମୁକୁଳି ପାରି ନ ଥିଲେ ବୋଲି କୋର୍ଟରେ ହତ୍ୟାକାରୀ କହିଛନ୍ତି।

୫୯ ବର୍ଷୀୟା ଭଲିନଡେନଙ୍କୁ ୨୦୨୦ରେ ହେରେଣ୍ଟାଲ୍ସ ପାଖ ଆଣ୍ଟଓ୍ବର୍ପରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହରେ ପ୍ରାୟ ୧୦୧ କ୍ଷତ ଚିହ୍ନ ଥିଲା। ଘଟଣାର ତଦନ୍ତ ପାଇଁ ଶତାଧିକ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା। ହେଲେ ମିଳି ନ ଥିଲା ହତ୍ୟାକାରୀ। ଘଟଣାର ୧୬ ମାସ ପରେ ହତ୍ୟାକାରୀ ହତ୍ୟାକାଣ୍ଡ ସମ୍ପର୍କରେ ନିଜ ବନ୍ଧୁଙ୍କୁ ଜଣାଇଥିଲେ। ତାଙ୍କ ଠାରୁ ଖବର ପାଇ ପୋଲିସ ହତ୍ୟାକାରୀଙ୍କୁ ରବିବାର ଗିରଫ କରିଥିଲା।

Share