ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ବାଙ୍କୀ, ୨୨।୮: । କଟକ ଜିଲା ବାଙ୍କୀ ବ୍ଲକ ଦୋଲଣାପୁର ଗ୍ରାମର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ତଥା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଆଜି ଦୋଲଣାପୁରସ୍ଥିତ ତାଙ୍କ ବାସଭବନରେ ଚଢାଉ ହୋଇଛି। ୬ ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହ କିଛି ଗୁରୁତ୍ପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଛି।

Share